ଜନ୍ମବେଦୀରେ ସରିଲା ଲୀଳାଖେଳା; ଆଜି ବାହୁଡ଼ିବେ ମହାବାହୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ। ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ ।

ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ପରମ୍ପରା ଅନୁସାରେ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଦିନ ୧୨ଟାରେ ପହଣ୍ଡି ଆରମ୍ଭ ହେବ । ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି । ବାଟରେ ମାଉସୀମାଙ୍କ ହାତରୁ ପୋଡପିଠା ଖାଇବେ ଠାକୁରେ। ରାଜାନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ହେବେ।

ଗଜପତି ମହାରାଜ ମହାଲକ୍ଷ୍ମୀଙ୍କୁ ସ୍ୱହସ୍ତରେ ଧରି ମହାପ୍ରଭୁଙ୍କୁ ଭେଟ କରାଇବେ। ରଥଟଣା ସରିବା ପରେ ରଥ ଉପରେ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବ। ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.