ବିଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ପାରିଆଉଡା ଛକ ନିକଟରେ ଅଘଟଣ।  ବିଲରେ ବାଇକ୍‌ ସହ ପଡ଼ିଛି ଦୁଇ ମୃତଦେହ। ସ୍ଥାନୀୟ ଲୋକମାନେ ଆଜି ସକାଳୁ ପାଣି ଭର୍ତ୍ତି ବିଲ ଭିତରେ ବାଇକ୍‌ ଦେଖିଥିଲେ । ଏହାପରେ ପାଣି ଭିତରେ ଖୋଜାଖୋଜି କରିବାରୁ ଦୁଇ ଯୁବକଙ୍କୁ ଦେଖିବାକୁ ପାଇଥିଲେ।

ସୂଚନା ମୁତବକ, ଆଜି ସକାଳୁ କିଛି ସ୍ଥାନୀୟ ଲୋକ ବିଲ ପାଖ ଦେଇ ଯାଉଥିବାବେଳେ ବିଲରେ ଦୁଇ ବ୍ୟକ୍ତିଙ୍କ ମୃତଦେହ ସହ ଏକ ବାଇକ୍ ପଡିଥିବା ଦେଖିବାକୁ ପାଇଥିଲେ।  ସ୍ଥାନୀୟ ଲୋକ ତୁରନ୍ତ ଏ ନେଇ ପୁଲିସକୁ ଜଣାଇଥିଲେ। ପରେ ପୁଲିସ୍ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ଦୁଇ ଯୁବକଙ୍କ ବାଇକ୍ ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛରେ ଧକ୍କା ହୋଇ ବିଲକୁ ଛିଟିକି ଥାଇପାରେ ବୋଲି ଅନୁମାନ କରାଯାଉଛି।

ଏହାପରେ ଉଭୟ ଯୁବକଦ୍ୱୟ ବିଲ ପାଣିରେ ବୁଡ଼ି ଯାଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଗାଡି ନମ୍ବର ଯାଞ୍ଚ କରି ଦୁଇ ମୃତକଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛି। ମୃତ ଯୁବକଦ୍ୱୟ ଆଖପାଖ ଅଞ୍ଚଳର ହୋଇ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Leave A Reply

Your email address will not be published.