ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମାର୍ଗଶିର ମାସର ପବିତ୍ର ଗୁରୁବାର ସକାଳୁ ଗ୍ରାମ ସାରା ଶଙ୍ଖ ହୁଳହୁଳିରେ ପ୍ରଙ୍କପିତ ହେଉଥିବା ବେଳେ ଗୁରୁବାର ସକାଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଜାମିରଡିହା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା |
ସୁଚନା ମୁତାବକ ବାଙ୍ଗିରୀପୋଷୀ ଥାନା ଅଞ୍ଚଳର କଣ୍ଟାପାଳ ଗ୍ରାମର ପିଅନ ନାଏକ ଙ୍କ ୩୦ ବର୍ଷିୟ ବଡ଼ ପୁଅ ବାସୁଦେବ ନାଏକ ଓ ତାଙ୍କ ବାପା ବିଗତ ୧୩ ବର୍ଷ ହେବ ବିଶୋଇ ଥାନା ଅନ୍ତର୍ଗତ ଜାମିରଡିହା ସ୍ଥିତ ରାଇରଙ୍ଗପୁର ର ଖେମକା ଙ୍କ ଏକ ଗୋଡାଉନ ରେ ଜଗୁଆଳି ଭାବରେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଗତ କାଲି ବୁଧବାର ତାଙ୍କ ବାପା କୋୖଣସି କାମରେ ଘରକୁ ଯାଇଥିଲେ |
ତେବେ ତାଙ୍କ ବାପା ରାତିରେ ଆସି ଦେଖିଲା ସମୟରେ ତାଙ୍କ ପୁଅ ବାସୁଦେବ ଭିତର ପଟୁ କବାଟ ବନ୍ଦକରି ଘର ଭିତରେ ବେକରେ ଦୌଡ଼ି ଦେଇ ଝୁଲନ୍ତା ଅବସ୍ଥାରେ ଅଛି | ଏହା ଦେଖି ପିଅନ ନାଏକ ସଙ୍ଗେ ସଙ୍ଗେ ଗ୍ରାମ ରକ୍ଷୀକୁ ଜଣାଇଥିଲେ | ପରେ ବିଶୋଇ ଥାନାରେ ପିଅନ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗୁରୁବାର ସକାଳୁ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବିଶୋଇ ଥାନା କେଶ୍ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡ଼ିକାଲ କୁ ପଠାଇଥିଲେ। ତେବେ ଘଟଣାର ସତ୍ୟାସତ୍ୟ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।