ଡ୍ରାଇଭରକୁ ମାଡ ମାରିବା ପଡିଲା ମହଙ୍ଗା; ମହାସଂଘର ବାରିଆ ଥାନା ଘେରାଉ ପରେ ୨ ଅଟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡ୍ରାଇଭରକୁ ମାଡ ମାରିବା ପଡିଲା ମହଙ୍ଗା, ମହାସଂଘର ବାରିଆ ଥାନା ଘେରାଉ ପରେ ୨ ଅଟକ |  ଦୁର୍ଘଟଣାକୁ ନେଇ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଗାଡିରୁ ଓହ୍ଲାଇ ମାଡ ମାରିବା, ଅଶ୍ରିଳ ଭାଷାରେ ଗାଳିଗୁଲଜ କରିବା, ତାଙ୍କ ବର୍ଦ୍ଦି ଚିରିଦେବା ମହଙ୍ଗା ପଡି ଯାଇଛି ନିଜକୁ ଦାଦା ଭାବୁଥିବା କିଛି ବ୍ୟକ୍ତିଙ୍କୁ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡାରେ।

ପ୍ରାପ୍ତ ସୂଚନା ମୁତାବକ ସୋମବାର ସଂପୃକ୍ତ ଡ୍ରାଇଭର ଟ୍ରକ ନେଇ ଯାଉଥିବା ବେଳେ ଜଣେ ବାଇକ ଚାଳକଙ୍କ ବେପରୁଆ ଚାଳନା ଯୋଗୁ ବାଇକ ଟ୍ରକ ତଳେ ପଶି ଯାଇଥିଲା। ଏହାକୁ ନେଇ କିଛି ବ୍ୟକ୍ତି ଡ୍ରାଇଭରଙ୍କୁ ଜୋର୍ ଜବରଦସ୍ତ୍ ଟ୍ରକରୁ ଭିଡି ଆଣି ଅଶ୍ରିଳ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗାରେ ମାଡ ମାରିଥିଲେ। ଏପରିକି ତାଙ୍କ ବର୍ଦ୍ଦି ଚିରିଦେଇ ଉଲଗ୍ନ କରି ଦେଇଥିଲେ। ଜଣେ ପ୍ରତ୍ୟେକ୍ଷଦର୍ଶୀ ବାଇକର ଭୁଲ୍ କହିବାରୁ ନିଜକୁ ଦାଦା ଭାବୁଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ମଧ୍ୟ ଠେଙ୍ଗାରେ ବାଡେଇବାକୁ ପଛଘୁଞ୍ଚା ଦେଇ ନ ଥିଲେ। ଏହି ସବୁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏ ଘଟଣାକୁ ନେଇ ତୀବ୍ର ଉଦବେଗ ପ୍ରକାଶ କରିଛି ଓଡିଶା ଡ୍ରାଇଭର ମହସଂଘ। ଏନେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ଓଡିଶା ଡ୍ରାଇଭର ମହସଂଘ କେନ୍ଦୁଝର ଶାଖା ପକ୍ଷରୁ ଶହ ଶହ ଡ୍ରାଇଭର ମାନେ ବାରିଆ ଥାନା ଘେରାଉ କରିଥିଲେ। ଖବର ନେବା ପର୍ଯ୍ୟନ୍ତ ଡ୍ରାଇଭରକୁ ମାଡ ମାରିବା ଘଟଣାରେ ବାରିଆ ପୋଲିସ ୨ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁ ଥିବା ସୂଚନା ରହିଛି। ଅନ୍ୟ ପକ୍ଷରେ ନିଜ ସାଥୀ ଡ୍ରାଇଭର ଭାଇଙ୍କୁ ନ୍ୟାୟ ପ୍ରଦାନ ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଶତାଧିକ ଡ୍ରାଇଭର ଆକ୍ରମଣ ଥାନା ପରିସରରେ ରହିଥିବା ଦେଖା ଯାଇଥିଲା

Leave A Reply

Your email address will not be published.