ଭିତ୍ତିଭୂମି ବିକାଶ ପାଇଁ ପୂର୍ବତଟ ରେଳପଥ ପ୍ରତିଶୃତିବଦ୍ଧ : ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଅଧିକ ଟ୍ରେନ୍ ଚଳାଚଳ ପାଇଁ ସୁବିଧା କରିବାକୁ ଯାଉଛି ପୂର୍ବତଟ ରେଳପଥ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନ (15.445 କିମି) ମଧ୍ୟରେ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ | ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଅଧିକ ଟ୍ରେନ୍ ଚଳାଚଳ ପାଇଁ ସୁବିଧା ହେବ |

→ 301 କିଲୋମିଟର ପ୍ରକଳ୍ପ ମଧ୍ୟରୁ ସମୁଦାୟ 142.505 କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି |

→ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା 105.875 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ବରପଲ୍ଲୀ 36.700 କିମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି |

→ ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ବରପଲ୍ଲୀରୁ ପୁରୁଣାକଟକ ପର୍ଯ୍ୟନ୍ତ 84 କିଲୋମିଟର ରେଳ ଲାଇନ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି |

→ ନୂତନ ରେଳ ସେକ୍ସନର ନିରାପତ୍ତା ଦିଗଗୁଡିକୁ ସମୀକ୍ଷା କରିବା ପାଇଁ ଦଶପଲ୍ଲା ଏବଂ ନୂଆଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଲାଇଟ ଟ୍ରେନର ସ୍ପିଡ୍ ଟ୍ରାଏଲ୍ କରାଯାଇଛି |

ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଂଶ ଭାବରେ ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମତିକୁ ଅପେକ୍ଷା କରିଛି।

କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (CRS) ଶ୍ରୀ ଏ.ଏମ.ଚୌଧୁରୀ ନୂତନ ଲାଇନରେ ଥିବା ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟଗୁଡିକ ନୀରିକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ନୀରିକ୍ଷଣ କରିଛନ୍ତି |

ଶ୍ରୀ ଚୌଧୁରୀ ନିରାପତ୍ତା ଦିଗଗୁଡିକ ଯେପରିକି ଓଭରହେଡ୍ ଇକୁଇପମେଣ୍ଟ, ବ୍ରିଜ୍, ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍ ଏବଂ ମାନବ ରହିତ ଲେବଲ କ୍ରସିଂ | ଏହା ସହିତ, ରେଳ ସେକ୍ସନର ନିରାପତ୍ତା ଦିଗଗୁଡିକୁ ସମୀକ୍ଷା କରିବା ପାଇଁ ଦଶପଲ୍ଲା ଏବଂ ନୂଆଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା |

ଏହି ସଫଳତା ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ଦ୍ୱାରା ନିରନ୍ତର ଭାବେ ପ୍ରକଳ୍ପ ସମୀକ୍ଷାର ଫଳାଫଳ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତିକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି | ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଛନ୍ତି |

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗ ବୃଦ୍ଧି କରାଇବ |

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ମଧ୍ୟରୁ ମୋଟ 142.505 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ବରପାଲ୍ଲୀ ପର୍ଯ୍ୟନ୍ତ 36 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଅନ୍ତର୍ଭୁକ୍ତ ରହିଛି | ପୂର୍ବତଟ ରେଳପଥ ମଧ୍ୟ 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ବରପାଲ୍ଲୀରୁ ପୁରୁଣାକଟକ ପର୍ଯ୍ୟନ୍ତ 84 କିଲୋମିଟର ଅଧିକ ରେଳ ଲାଇନ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି |

Leave A Reply

Your email address will not be published.