ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱରରେ ଉଦଘାଟିତ ହେଲା ସଦର ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ନିର୍ବାଚନ କାର୍ଯ୍ୟାଳୟ | ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ସ୍ୱାଧିନ ପ୍ରାର୍ଥୀ ବିକ୍ରମ ପଣ୍ଡା ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।
ସ୍ଥାନୀୟ ବଟେଶ୍ୱର ୟୁପି ସ୍କୁଲ ସମ୍ମୁଖରେ ଏହି କାର୍ଯ୍ୟାଳୟକୁ ଶ୍ରୀ ପଣ୍ଡାଙ୍କ ପିତା ହୃଷିକେଶ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ସହିତ ଶ୍ରୀ ପଣ୍ଡାଙ୍କ ନିର୍ବାଚନ ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଥିଲା । ପରେ ସେଠାରେ ଆୟୋଜିତ ସଭାରେ ସଦର ନିର୍ବାଚନମଣ୍ଡଳୀ ପାଇଁ ବିକ୍ରମ ପଣ୍ଡାଙ୍କ ବିଗତ ୧୫ବର୍ଷର ରିପୋର୍ଟ କାର୍ଡ ଏବଂ ଆଗାମୀ ନିର୍ବାଚନ ପରେ ଜନସାଧାରଣଙ୍କ ପାଇଁ ଗ୍ୟାରେଂଟି କାର୍ଡ ଜାରି କରାଯାଇଥିଲା ।
ନିର୍ବାଚନରେ ବିଜୟୀ ହେଲେ ସ୍ୱାସ୍ଥ୍ୟସେବା ଭିତିଭୂମିର ବିକାଶ, ଯୋଗ୍ୟ ହିତାଧିକାରିଙ୍କୁ ପକ୍କା ଘର, ପିଇବା ପାଣି, ଗମନାଗମନର ସୁବିଧା ସାଙ୍ଗକୁ କୃଷି, ଶିକ୍ଷା, ମହିଳାଙ୍କ ସୁରକ୍ଷା, ଦକ୍ଷତା ବିକାଶ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପ୍ରତି ଗୁରୁତ୍ୱ ଦେବେ ବୋଲି ଶ୍ରୀ ପଣ୍ଡା ଘୋଷଣା କରିଥିଲେ । ଚଳିତ ନିର୍ବାଚନ ଜନସାଧାରଣଙ୍କ ନିର୍ବାଚନ ଓ ସେମାନେ ନିର୍ବାଚନ ଲଢୁଥିବା ପ୍ରକାଶ ସହ ସେ କେବଳ ନିମିତ ମାତ୍ର ବୋଲି ଶ୍ରୀ ପଣ୍ଡା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ପଣ୍ଡା, ଜ୍ଞାନେନ୍ଦ୍ର ମହାନ୍ତି, ସୁଶାନ୍ତ ରଣା, ସୁଶୀଳ ଜେନା, ଅନୀଲ ସୂର୍ଯ୍ୟ, ଶେଖ ଅବଦୁଲ ଓ ସାହେବା ଅଖତାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।