ଟ୍ରାକ୍ ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର । ବାଇଗୁଡ଼ା-କାକେରିଗୁମ୍ମା ଟ୍ରାକରେ ଛିଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର । ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଲା ଟ୍ରେନ୍‌ । ରାମତି କରାଯିବାର ୨ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଫଳରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିଛନ୍ତି |

ତେବେ ସୂଚନା ମୁତାବକ,  ଆଜି ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିଥିଲା। ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ଫଳରେ ସେହି ରୁଟ୍ ଦେଇଯିବାକୁ ଥିବା ରାଉରକେଲା ଇଣ୍ଟରସିଟି ଲକ୍ଷ୍ମୀପୁରରେ ଅଟକି ରହିଥିଲା। ମରାମତି ପରେ ୨ ଘଣ୍ଟା ବିଳମ୍ବରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି ଟ୍ରେନ।

ସେହିପରି  ହୀରଖଣ୍ଡ ଏକ୍ସପ୍ରେସ୍ ବି ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ବେଳେ ସମେଲେଶ୍ୱରୀ ଓ DMU ଅଢେଇ ଘଣ୍ଟା ବିଳମ୍ବରେ କୋରାପୁଟ ଛାଡ଼ିଛି। ଖବର ପାଇ ବିଦ୍ୟୁତ କର୍ମଚାରୀ ଏବଂ ରେଲୱେ କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି । ରେଳ ବିଭାଗ କର୍ମଚାରୀ ଓ ଟେକ୍ନିସିଆନ ଟିମ୍ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।

Leave A Reply

Your email address will not be published.