ପୁଣି ବଢ଼ିବ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ! କେତେ ବଢ଼ିବ ଜାଣନ୍ତୁ…

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାରୀ କର୍ମଚାରୀ(Central Government Employees)ଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି କେନ୍ଦ୍ର ସରକାର। ପୁଣି ବଢ଼ିପାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇ ୪୬% ଯାଏ ପହଞ୍ଚିପାରେ। ଚଳିତ ବର୍ଷ ଜାନୁଆରୀରୁ ଜୁନ୍‌ ୨୦୨୩ର ପ୍ରଥମ ତ୍ରୈମାସିକ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR)ରେ ୪% ବୃଦ୍ଧି କରିଥିଲେ ସରକାର। ଫଳରେ ଡିଏ ୩୮%ରୁ ବୃଦ୍ଧି ପାଇ ୪୨ରେ ପହଞ୍ଚିଥିଲା। ପ୍ରତି ୬ ମାସରେ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥାନ୍ତି ସରକାର। ତେଣୁ ଆଶା କରାଯାଉଛି ଯେ, ଯଦି ପରବର୍ତ୍ତୀ ଡିଏ ୪% ବୃଦ୍ଧି ପାଏ ତା’ହେଲେ ଡିଏ ୪୬%ରେ ପହଞ୍ଚିବ।

ଦ୍ୱିତୀୟ ତ୍ରୈମାସିକ ଅର୍ଥାତ୍‌ ଜୁଲାଇରୁ ଡିସେମ୍ବର ୨୦୨୩ ପାଇଁ ଆଗାମୀ ଦିନରେ ଡିଏ ବୃଦ୍ଧି ଘୋଷଣା ହେବ। ଶୁଣିବାକୁ ମିଳୁଛି, ଚଳିତ ଥର ଡିଏ ବଢ଼ିବା ନେଇ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ସାଧାରଣତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏନେଇ ମଞ୍ଜୁରୀ ମିଳିଥାଏ। ହେଲେ ଏଥର ଅଗଷ୍ଟରେ ଘୋଷଣା ହେବା ନେଇ ସମ୍ଭାବନା ରହିଛି। ସପ୍ତମ ବେତନ କମିଶନର ସୁପାରିଶ ଅନୁସାରେ, ବର୍ଷକୁ ୨ଥର ମହଙ୍ଗା ଭତ୍ତା ବଢ଼ିଥାଏ। ପ୍ରଥମ ୬ ମାସ ପାଇଁ ଡିଏରେ ୪% ବୃଦ୍ଧି ହୋଇଥିଲା। ମହଙ୍ଗା ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଥାଏ। ମହଙ୍ଗା ଯେତେ ଅଧିକ ହେବ, ଡିଏ ସେତିକି ବଢ଼ିବ।  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୪୬% ହୋଇଯିବ, ତା’ହେଲେ ସେହି ଅନୁସାରେ ସେମାନଙ୍କର ଦରମା ମଧ୍ୟ ବଢ଼ିବ। ଯଦି କର୍ମଚାରୀଙ୍କ ବେସିକ୍‌ ପେ’ ୧୮ ହଜାର ଟଙ୍କା, ତା’ହେଲେ ୪୨% ହିସାବରେ ଦେଖିଲେ ଡିଏ ୭,୫୦୦ ଟଙ୍କା ହେବ। ଆଉ ଡିଏ ୪୬% ବଢ଼େ ତା’ହେଲେ ଡିଏ ୮,୨୮୦ ଟଙ୍କା ହେବ। ତେବେ ପୁଣି ଥରେ କେବେ ଡିଏ ବଢ଼ିବ ଓ କେତେ ବଢ଼ିବ ସେନେଇ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ।

ଏପଟେ ହିମାଚଳ ପ୍ରଦେଶ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଏଣିକି ପ୍ରତି ମାସ ସବୁ ମହିଳାଙ୍କ ଖାତାକୁ ଆସିବ ୧୫୦୦ଟଙ୍କା । ଶନିବାର ୭୬ତମ ହିମାଚଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ସବୁ କର୍ମଚାରୀ ଓ ମହିଳାମାନଙ୍କୁ ଏହି ବିଶେଷ ଉପହାର ଦେଇଛନ୍ତି। ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତ ବଢି ୩୪ ପ୍ରତିଶତରେ ପହଞ୍ଚିଛି । ଯେଉଁଥିରେ ପ୍ରାୟ ୨.୧୫ ଲକ୍ଷ କର୍ମଚାରୀ ଓ ୧.୯୦ ଲକ୍ଷ ପେନସନଧାରୀ ଉପକୃତ ହେବେ । ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଏହି ନିଷ୍ପତ୍ତି ପରେ ରାଜ୍ଯ ବଜେଟ ଉପରେ ପାଖାପାଖି ୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିି଼ବ । ଏସବୁ ବ୍ୟତୀତ ହିମାଚଳ ପ୍ରଦେଶ ସରକାର ୫୦ ବେଡ଼ଯୁକ୍ତ ସାମୁଦାୟିକ ସ୍ୱାସ୍ଥ୍ଯ କେନ୍ଦ୍ର ଓ କାଜାରେ ଏକ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି । ତା ସହ ସ୍ପିତି ଘାଟି ନିକଟରେ ବିମାନ ବନ୍ଦରର ବିକାଶ ପାଇଁ ରକ୍ଷା ମନ୍ତ୍ରାଣଳୟକୁ ଚିଠି ଲେଖିବେ ବୋଲି କହିଛନ୍ତି । କାଜା ନିକଟରେ ରାଜୀବ ଗାନ୍ଧି ଡେ ବୋର୍ଡିଂ ସ୍କୁଲ ସ୍ଥାପିତ କରିବା ପାଇଁ ଜମି ଚିହ୍ନଟ ହୋଇସାରିଛି ବୋଲି ମୁଖ୍ଯମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ହିମାଚଳ ପ୍ରଦେଶ ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ଯ ମାନଙ୍କରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ବିଚାର ହେଉଛି । କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କ ଓ ପେନସନଧାରୀଙ୍କକ ୪୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ନିକଟରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କର ୪ପ୍ରତିଶତ ଭତ୍ତା ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.