ସରପଞ୍ଚ ଙ୍କ ଆକ୍ରମଣ କୁ ନେଇ ଅଭିଯୋଗ ଆଣିଲେ ପରିବାରବର୍ଗ ଜିଲ୍ଲାପାଳଙ୍କ ନିକଟରେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭତ୍ତା ଟଙ୍କା ପାଇଁ ଦିବ୍ୟାଙ୍ଗ ପୁଅ ଓ ମାଙ୍କୁ ଧରି ଜିଲ୍ଲାପାଳଙ୍କୁ ଭେଟିଲେ ଦେବ ଗୋଲରୀ । ବିକଳାଙ୍ଗ ନାବାଳକ ଏବଂ ବୃଦ୍ଧା ଙ୍କ ବାର୍ଦ୍ଧକ୍ୟ ଭତ୍ତା କୁ ରାଇସିଂ ସରପଂଚ ଜଗବନ୍ଧୁ ଚେଟୀ ବାବୁ ଆତ୍ମସାତ କରିବା ଶହ ନାବାଳକଙ୍କ ପିତାଙ୍କ ଉପରେ ସରପଞ୍ଚ ଙ୍କ ଆକ୍ରମଣ କୁ ନେଇ ଅଭିଯୋଗ ଆଣିଲେ ପରିବାରବର୍ଗ ଜିଲ୍ଲାପାଳ ଙ୍କ ନିକଟରେ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ ଚେଟିଙ୍କ ଦାଦା ଗିରୀ ରେ ବିକଳାଙ୍ଗ ନାବାଳକ ଙ୍କ ଭତା ଟଙ୍କା ଆତ୍ମସାତ ଅଭିଯୋଗରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ତ।

ତାହା ସହ ଦୈମନ୍ତି ହନ୍ତାଳଙ୍କ ଭତା ଟଙ୍କା ବି ୪ମାସ ର ଦେଇନଥିବା ବେଳେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ପ୍ରାଥମିକ ସ୍ତରରେ ଦୁଃଖ ଗୁହାରି କରିଥିଲେ। ହେଲେ ଗୁହାରି ଶୁଣି ନଥିଲେ। ଏହାକୁ ନେଇ କୋରାପୁଟ ଜିଲ୍ଲାପାଳ ଙ୍କ କରୀୟାରେ ସାକ୍ଷାତ କରି ଫେରିଲେ। ବିକଳଙ୍କ ନାବାଳକ ଙ୍କ ଭତା ଟଙ୍କା କୁ ସ୍ଥାନୀୟ ପି.ଇ.ଓ ଙ୍କୁ ମାଗିଥିଲେ କିନ୍ତୁ ପି. ଇ. ଓ. ବାବୁ ସରପଞ୍ଚ ଙ୍କ ନିକୋଟକୁ ପଠାଇଥିଲେ ନାବାଳକ ଙ୍କ ପୀତା ଙ୍କୁ। ରାତି ୮ସମୟରେ ସରପଞ୍ଚ ବାବୁ ପେଟାଲ ଗ୍ରାମ ରେ ଥିବା କ୍ଲବ ଘର ଦାଣ୍ଡ ରେ ଭତା ଟଙ୍କା ବାଣ୍ଟୁ ଥିବା ବେଳେ, ବିକଳାଙ୍ଗ ନାବାଳକ ସୁକାନ୍ତ ଗୋଲେରି ଙ୍କ ପିତା ସେଠାରେ ପହଂଚି ଭତା ଟଙ୍କା ମାଗିଥିଲେ। ହେଲେ ସରପଂଚ ବାବୁ ଟଙ୍କା ଦେବା ବଦଳ ରେ ଗୁଲାମ ଗିରି ଦେଖାଇ ବିକଳାଙ୍ଗ ନାବାଳକ ଙ୍କ ପିତା ଉପରେ ଆକ୍ରମଣ କରିଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଅଭିଯୋଗ ଆଣିଲେ ପରିବାରବର୍ଗ।

ଜିଲ୍ଲାପାଳ ପକ୍ଷରୁ ଏହାର ତଦନ୍ତ କରି ବିଚାର କରାଯିବ କହିଛନ୍ତି ଜିଲ୍ଲାପାଳ। ଭତ୍ତା ଟଙ୍କା ନ ମିଳିବାରୁ କୋରାପୁଟ ସଦର ମହକୁମା ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସୁଦୂର ପେଟାଲ ଗ୍ରାମର ଦେବ ଗୋଲରୀ।ମା ଦୈମତି ହନ୍ତାଳ ଓ ଦିବ୍ୟାଙ୍ଗ ପୁଅ ସୁକାନ୍ତ ଗୋଲରୀଙ୍କ ଭତ୍ତା ଟଙ୍କା ନ ମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ବୋଲି ସେ କହିଛନ୍ତି।ବାକି ରହିଥିବା ଭତ୍ତା ଟଙ୍କା ମାଗିବାରୁ ତାଙ୍କ ସୁଇଟରକୁ ରାଇସିଂ ସରପଞ୍ଚ ଚିରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଭତ୍ତା ଟଙ୍କା କାହିଁକି ମିଳି ନାହିଁ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର ମଧ୍ଯ ସୁଚନା ଦେଇଛନ୍ତି।

Leave A Reply

Your email address will not be published.