ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରାକର କୃଷକ ମାନଙ୍କ ପାଇଁ ବହୁ ଯୋଜନା କରୁଛନ୍ତି। ମାତ୍ର ଏ ସରକାର ଯୋଜନା ନାଁ ରେ କୃଷକ ମାନଙ୍କୁ ଜାଣିଶୁଣି ଠକନ୍ତି ଏବଂ ତାଙ୍କ କଥା ବୁଝନ୍ତିନି । ଆଜି ପର୍ଯ୍ୟନ୍ତ ଯେତେ ଚାଷୀ ଧାନ ବିକିଛନ୍ତି ତାଙ୍କ ଖାତାକୁ ଟଙ୍କାଟାଏ ଯାଇନି । ପାଖାପାଖି 2 ରୁ 4 ଲକ୍ଷ୍ୟ ଚାଷୀଙ୍କ ଖାତାଙ୍କୁ ପଇସା ଯାଇନାହିଁ । ଧାନ କିଣିବାର 48 ଘଣ୍ଟାରେ ପଇସା ଯାଉଛି ମାତ୍ର ଏ ପର୍ଯ୍ୟନ୍ତ ଯାଇନି ପଇସା । ଏ ନେଇ ମନ୍ତ୍ରୀଙ୍କୁ ଫୋନ କଲେ ଫୋନ ଉଠାଉ ନାହାନ୍ତି।
ରାଜ୍ୟ ସରକାରଙ୍କ ପାଖରେ ବଜେଟ ନାଇଁ, କି ପଇସା ନାଇଁ। କଣ ପାଇଁ ରାଜ୍ୟ ସରକାର 57ଲକ୍ଷ ମେଟ୍ରିକ ଟନ ଧାନ କିଣିବା ଆଗରୁ ପଇସା ହିସାବ କରିନାହାନ୍ତି ବରଂ କେନ୍ଦ୍ର କୁ ଦୋଷ ଦେଉଛନ୍ତି । ମାତ୍ର ଓଡ଼ିଶାର ଚାଷୀଙ୍କ ଦାୟିତ୍ୱ ରାଜ୍ୟ ସରକାର ନେବା କଥା ଯାହାକି ନେଉ ନାହାନ୍ତି l ଜାନୁଆରି 11 ତାରିଖରୁ ବାଲେଶ୍ୱର ଜିଲ୍ଲାର ଯେତେ ବି କୃଷକ ଧାନ ବିକିଛନ୍ତି ସେ ପଇସା ପାଉନାହାନ୍ତି। 7 ଦିନ ଭିତରେ ତୁରନ୍ତ କୃଷକ ମାନଙ୍କ ପଇସା ଯଥାଶୀଘ୍ର ଦିଅନ୍ତୁ ନହେଲେ ପ୍ରତ୍ୟକ CSO କାର୍ଯ୍ୟାଳୟ ଆଗରେ ପ୍ରଦେଶ ଏବଂ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଦାବି କରିଛି ପ୍ରଦେଶ କଂଗ୍ରେସ କମିଟି।