ପାରାଅଲମ୍ପିକ୍ସର ପ୍ରଥମ ଗୋଲ୍ଡ ମେଡାଲ ବିଜେତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଚ୍ଛା ଥିଲା ଦେଶ ପାଇଁ ପଦକ ଜିତିବେ । ଦେଶର ନା ବିଦେଶରେ ଉଚ୍ଚା କରିବେ ସେଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ଏମିତି ସଂଘର୍ଷ କରିବାକୁ ପଡ଼ିଥିଲା ଯେ, ସେ ଯବାନ ରୁ ଦିବ୍ୟଙ୍ଗ ପାଲଟି ଯାଇଥିଲେ । ସେନାରେ ଶତ୍ରୁର ଗୁଳି ଖାଇବି ତାଙ୍କ ମନବଳ ଭାଙ୍ଗିନଥିଲା । ଗୁଳି ମାଡ଼ରେ ଅଣ୍ଟା ଭାଙ୍ଗି ଯାଇଥିଲା ସିନା, ହେଲେ ପଦକ ଜିଣିବାର ଯୁନୁନ କମିନଥିଲା। ଆମେ ଆଜି ଯାହା କଥା କହୁଛୁ, ସିଏ ହେଉଛନ୍ତି ପାରାଅଲମ୍ପିକ୍ସର ପ୍ରଥମ ଗୋଲ୍ଡ ମେଡାଲ ବିଜେତା ମୁରଲିକାନ୍ତ ପେଟକର । 1972 ହେଡେଲବର୍ଗ ଗେମ୍ସରେ ପୁରୁଷ 50 ମିଟର ଫ୍ରିଷ୍ଟାଇଲ 3 ଇଭେଣ୍ଟରେ ମୁରଲିକାନ୍ତ ପେଟକର ସ୍ୱର୍ଣ୍ଣ ଜିତିଥିଲେ |

ପେଟକର 37.33 ସେକେଣ୍ଡର ଏକ ବିଶ୍ୱ ରେକର୍ଡ ସ୍ଥିର କରିଥିଲେ | ପେଟକରଙ୍କ ବିଜୟ ତାଙ୍କୁ ଉଭୟ ଭାରତର ପ୍ରଥମ ପଦକ ବିଜେତା ତଥା ପାରାଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ପୁନେର ସାଙ୍ଗଲି ନିକଟ କେନ୍ଦ୍ରି ଗ୍ରାମରେ ମୁରଲୀକାନ୍ତ ଜନ୍ମଗ୍ରହଣ କରିଥିଲେ। ସେ ଏକ ବ୍ୟକ୍ତିଗତ ଯବାନ ଭାବରେ ଭାରତୀୟ ସେନା ରେ ଥିଲେ । ସେ ଭାରତୀୟ ସେନାର ଇଲେକ୍ଟ୍ରୋନିକ୍ ଏବଂ ମେକାନିକାଲ୍ ଇଞ୍ଜିନିୟରିଂ ଶାଖାରେ ଜଣେ ବକ୍ସର ଥିଲେ। 1965 ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ସମୟରେ ତାଙ୍କୁ ୯ ଥର ଗୁଳି କରି ହତ୍ୟା କରାଯିବା ପାଇଁ ପ୍ରୟାସ କରାଯାଇଥିଲା । ଗୋଟିଏ ବୁଲେଟ୍ ଏବେ ମଧ୍ୟ ତାଙ୍କ ମେରୁଦଣ୍ଡରେ ରହିଛି। ପିଲାଟି ବେଳୁ ମୁରଲୀକାନ୍ତ ଅଲମ୍ପିକ୍ସରେ ଯାଇ ସ୍ଵର୍ଣ୍ଣ ହାସଲ କରିବାକୁ ଇଚ୍ଛା ଥିଲା । ତେଣୁ ସେ ଗାଁରେ କୁସ୍ତି ଅଭ୍ୟାସ କରୁଥିଲେ ।

ଆଉ ପରେ ସେନାରେ ଯୋଗ ଦେଇଥିଲେ । ସେନାରେ ଯୋଗ ଦେଲେ ଅଲମ୍ପିକ୍ସ ରେ ଖେଳିବା ପାଇଁ ସୁଯୋଗ ମିଳିଥାଏ । ବକ୍ସିକ ଖେଳି ମୁରଲୀକାନ୍ତ ଅନେକ ଗୌରବ ଆଣିଥିଲେ ସିନା ହେଲେ ସ୍ଵର୍ଣ୍ଣ ପଦକ ଜିତିପରିନଥିଲେ । କିନ୍ତୁ ଦିନେ ସମୟ ଏମିତି ଆସିଲା ବକ୍ସିକୁ ସବୁଦିନ ଛାଡ଼ିବାକୁ ପଡ଼ିଥିଲା । ଆଉ ପରେ ସେ ଭାରତ ପାକିସ୍ତାନ ଯୁଦ୍ଧରେ ୭ ଥର ଗୁଳି ମାଡ଼ ଖାଇ ଥିଲେ। ଆଉ ପରେ ଅର୍ମି ହସ୍ପିଟାଲରେ ଚିକିତ୍ସା ହେଉଥିଲେ । କିନ୍ତୁ ସ୍ଵର୍ଣ୍ଣ ପଦକ ହାସଲ କରିବା ନିଶା ଛାଡ଼ି ନଥିଲେ । ୧୮ ମାସ ହସ୍ପିଟାଲ ରେ ରହିବା ପରେ । ସ୍ୱମିଂ କରିବା ଆରମ୍ଭ କରିଥିଲେ । ଆଉ ଏହି ସ୍ୱମିଂ ହିଁ ତାଙ୍କୁ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ । ଶେଷରେ ମୁରଲୀକାନ୍ତ ଙ୍କ ସ୍ଵପ୍ନ ସାକାର ହୋଇଥିଲା ।

Leave A Reply

Your email address will not be published.