ଓଡିଆ ନ୍ୟୁଜ (ବ୍ୟୁରୋ) : ମୁଣ୍ଡଳୀରେ ବନ୍ୟାଜଳ ପ୍ରବାହ କମୁଥିବାବେଳେ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆଜି ଅପରାହ୍ଣରେ ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଏବେ ୨ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଏବେ ବନ୍ୟାସ୍ଥିତି ନିୟନ୍ତ୍ରଣ ରହିଛି।କୌଣସି ବଡ଼ ଧରଣର କ୍ଷୟକ୍ଷତି ନାହିଁ। ବ୍ରାହ୍ମଣୀ ନଦୀରେ ୨ଟି ଘାଇ ହୋଇଛି । ଯାହାର ପ୍ରଭାବରେ ଯାଜପୁରରେ ଛୋଟ ଧରଣର ବନ୍ୟା ହୋଇଛି।
ଏବେ ମୁଣ୍ଡୁଳିରେ ୬ଲକ୍ଷ ୯୭ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଖଇରିମାଳରେ ୩ଲକ୍ଷ ୪୦ହଜାର ବରମୂଳ ୪ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି । ଏବେ ରାଜ୍ୟରେ ବର୍ଷାର ପରିମାଣ କମିଛି। ଏବେ ହୀରାକୁଦରେ ୪ଲକ୍ଷ ୭୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି ଯାହା ବର୍ଷା ହୋଇଛି, ସେହି ଜଳ ପ୍ରବେଶ କରୁଛି। ହୀରାକୁଦ ଖୋଲିବା ପାଇଁ ଚିନ୍ତା କରାଯାଉଛି। ସେହି ଜଳ ଖଇରୀମାଳରେ ପହଞ୍ଚିବାକୁ ୧୨ଘଣ୍ଟା ଲାଗିବ ସେ ସମୟକୁ ତଳିଆ ଅଞ୍ଚଳରୁ ଜଳସ୍ତର କମିଯାଇଥିବା ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି ଢ ଆଉ ଏହାରି ପ୍ରଭାବରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି ଢ ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫.୫୨ ଫୁଟ ଥିବାବେଳେ ବର୍ତ୍ତମାନ ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ଢ ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୭୭ ହଜାର ୨୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬୮ ହଜାର ୯୧୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ମହାନଦୀକୁ ପାଣି ମାଡିଆସୁଛି । ଆଉ ଏସବୁକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ହୀରାକୁଦର ଆଉ କିଛି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।