ବ୍ରଜକାପ୍ତା ଡିଲି ବେଳେ ଧରିଲା ବନବିଭାଗ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ବ୍ରଜକାପ୍ତା ଡିଲି ବେଳେ ଧରିଲା ବନବିଭାଗ | ବର୍ଯ୍ୟକାପ୍ତା କାତି ଡିଲ ବେଳେ ମାଡି ବସିଲା ବନ ବିଭାଗ । ଏମିତି ଘଟିଛି ଶିମିଳିପାଳ ପାଦ ଦେଶରେ ଥିବା ପାଟବିଲ ଗ୍ରାମ ପଞ୍ଚାୟତ କେନ୍ଦୁମୁଣ୍ଡି ନିକଟରେ ତେବେ ସୂଚନା ମୁତାବକ ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ କୌଣସି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବନ ବିଭାଗ କର୍ମଚାରୀ ଵ୍ୟଵପାରି ହିସାର ଯାଇ ବନ୍ୟଜନ୍ତୁ ଶିକାରୀକୁ ଧରିବାରେ ସଫଳ ହେଇଛନ୍ତି ।

ଦକ୍ଷିଣ ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ତାଙ୍କ କର୍ମଚାରୀ ଏବଂ କରଞ୍ଜିଆ ବନ ବିଭାଗ କର୍ମଚାରୀ ଚଢ଼ାଉ ରେ ସାମିଲ ଥିଲେ । ଚଢ଼ାଉ ରେ ସାଢ଼େ ତିନି କେଜି ବର୍ଯ୍ୟକାପ୍ତା କାତି ଜବତ ହେଇଛି । ଏହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କାର ହେବ ।

ଏହି ଘଟଣା ରେ ୪ ଜଣକୁ ଗିରଫ କରିଛି ବନ ବିଭାଗ କର୍ମଚାରୀ ଜଣେ ହେଲେ ଗୌରାଙ୍ଗ ମାଙ୍କଡ଼ିଆ,ମାଣିକ ଦେଓଗମ,ମଟୁ ହୋ,ଏବଂ ଅନ୍ୟ ଜଣେ ସାଲାଇ ସିଧୁ, ବୋଲି ଜଣା ପଡ଼ିଥିବା ବେଳେ ଏମାନଙ୍କ ପାଖରୁ ପ୍ରାୟ ସାଢେ ତିନି କେଜି ବଜ୍ରକାପ୍ତା କାତି ସହିତ ଗୋଟିଏ ଅଟୋ ଏବଂ ମୋବାଇଲ୍ ଫୋନ୍ ଜବତ କରଥିବା ସୂଚନା ଦେଇଛନ୍ତି କରଞ୍ଜିଆ ବନଭିଭାଗର ଅଧିକାରୀ ଶ୍ରୀକାନ୍ତ ନାୟକ |

Leave A Reply

Your email address will not be published.