ଆରମ୍ଭ ହେବାକୁ ଯାଉଛି Odisha Queen ର ଚତୁର୍ଥ ସଂସ୍କରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି Odisha Queen ର ଚତୁର୍ଥ ସଂସ୍କରଣ । ଆର ଆର ଇଭେଂଟ୍ସ ଆଣ୍ଡ ପ୍ରୋମସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ୨୦୧୯ ମସିହାରେ, କୋଭିଡ ପାଇଁ କିଛି ସମୟ ବିରତି ପରେ ଦୁତୀୟ ସଂସ୍କରଣ ୨୦୨୨ ଏବଂ ତୃତୀୟ ସଂସ୍କରଣ ୨୦୨୩ ମସିହାରେ ହୋଇଥିଲା | ପ୍ରଥମ ସଂସ୍କରଣରେ ଇଲ୍ଲିଏନା ଡି କୄଜ଼ ,ଦୁତୀୟ ସଂସ୍କରଣରେ ବଲିଉଡ ଅଭିନେତ୍ରୀ ଜରିନା ଖାନ,ତୃତୀୟ ସଂସ୍କରଣରେ ଅଭିନେତ୍ରୀ ଓ ମଡେଲ ମାନୁଷୀ ଚିଲ୍ଲର ଯୋଗ ଦେଇଥିଲେ |

ଆସନ୍ତା ଜୁଲାଇ ମାସ ୨୦ ତାରିଖରେ Odisha Queen ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିଅମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି | ଆର ଆର ଇଭେଣ୍ଟ୍ସ ଦ୍ୱାରା ରେଳବାଇ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୁଖ୍ଯ ଆକର୍ଷଣ ସାଜିବେ ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା ।ପ୍ରତିଯୋଗିତାରେ ଓଡ଼ିଶାର କୋଣ ଅନୁକୋଣର ପ୍ରତିଯୋଗୀ ମାନେ ଯୋଗ ଦେଇପାରିବ । ଏଥିପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ଖୁବଶୀଘ୍ର ଅଡିସନ ଆରମ୍ଭ ହୋଇଯିବ । ବ୍ରହ୍ମପୁରରେ ଜୁନ ୧୯ ତାରିଖ ,ବାଲେଶ୍ୱରରେ ଜୁନ ୨୨ ତାରିଖ, ରାଉରକେଲାରେ ଜୁନ ୨୮ ତାରିଖ , ସମ୍ବଲପୁରରେ ଜୁନ ୩୦ ତାରିଖ ,କଟକରେ ଜୁଲାଇ ୩ ତାରିଖ ଏବଂ ଭୁବନେଶ୍ୱର ଠାରେ ଜୁଲାଇ ୫ ତାରିଖ ଦିନ ଅଡିସନ ଅନୁଷ୍ଠିତ ହେବ। ୧୮ ରୁ ୨୮ ବର୍ଷ ପର୍ଯ୍ୟନ୍ତ ଯୁବତୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭାର ପଦର୍ଶନ କରିପାରିବେ।

ପ୍ରତିଭାବାନ ହିରୋଇନ ବା ନାୟିକା ଖୋଜିବାର ଏହି ପ୍ରତିଯୋଗିତା ଏକ ବଡ ମାଧ୍ୟମ ବୋଲି କହିଛନ୍ତି ଆୟୋଜକ । ଏହି ସାମ୍ମାଦିକ ସମ୍ମିଳନୀରେ ଆର୍ ଆର ଇଭେସ୍ଟ ଆଣ୍ଡ କ୍ରୋମସନର ଫାଇଣ୍ଡର ତଥା ଫିଲ୍ମ ପ୍ରଯୋଜକ ଶ୍ରୀ ରମେଶ ବାରିକ,କ୍ରିଏଟିଭ ହେଡ଼ ଶ୍ୟାମା ପ୍ରସାଦ ମିଶ୍ର,ଗ୍ଲାଣ୍ଡ ଜଜ ଅଭିନେତ୍ରୀ ଅର୍ଚ୍ଚିତା ସାହୁ,ଅଭିନେତ୍ରୀ ଶୀତଲ ପାତ୍ର,ଅଭିନେତା ସୁବାଶିଷ ଶର୍ମା, ସୁପର ମଡେଲ ୟୁପ୍ତା ପ୍ରିୟଦର୍ଶିନୀ,ୟୁପର ମଡେଲ ଯାଞ୍ଜ ଶୁଭସ୍ମିତା,ଶାଶ୍ୱତୀ ପତି,କହିଦ। ଅହମଦ, ଆଲେମ ଅହମଦ,ଡ଼ ଅସ୍ଥିତ ପାଟଜୋଷୀ ପ୍ରମୁଖ ଯୋଗ ଦେଇଥିଲେ |

Leave A Reply

Your email address will not be published.