ବିବାହ ପୂର୍ବରୁ କନ୍ୟାଙ୍କ ପ୍ରେଗ୍ନେନ୍ସି ଟେଷ୍ଟ କରି ଅଡୁଆରେ ମଧ୍ୟପ୍ରଦେଶ ସରକାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ମଧ୍ୟପ୍ରଦେଶର ଡିଣ୍ଡୋରୀରେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ହୋଇଥିବା ଗଣବିବାହକୁ ନେଇ ବିବାଦ ଦେଖାଯାଇଛି। ବିବାହ ପୂର୍ବରୁ କନ୍ୟା ଜଣକ ଗର୍ଭବତୀ ଅଛନ୍ତି କି? ବିବାହ ପୂର୍ବରୁ ସେ ମା ହେବାକୁ ଯାଉଛନ୍ତି କି? ବିବାହ ପୂର୍ବରୁ କନ୍ୟାଙ୍କ ପ୍ରେଗ୍ନୋନ୍ସି ଟେଷ୍ଟ କରି ଏବେ ଅଡୁଆରେ ପଡିଯାଇଛନ୍ତି ମଧ୍ୟପ୍ରଦେଶ ସରକାର ।

ଅଭିଯୋଗ ହୋଇଛି ଯେ ବିବାହ ପୂର୍ବରୁ କନ୍ୟାଜଣକ ଗର୍ଭବତୀ ଅଛନ୍ତି ନା ନାହିଁ ତାହା ପରୀକ୍ଷା କରାଯାଇଥିଲା । କନ୍ୟାଜଣକ ଗର୍ଭବତୀ ନଥିବାର ଜଣାପଡିବା ପରେ ହିଁ ବିବାହ ପାଇଁ ଅନୁମତି ଦିଆଯାଇଥିଲା । ଏନେଇ କଂଗ୍ରେସ ଶିବରାଜ ସରକାରଙ୍କୁ ସମାଲୋଚନା କରିଛି ।କଂଗ୍ରେସ ବିଧାୟକ ଓମକାର ମାର୍କମ୍ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଭାଗ ନେଉଥିବା ବର -କନ୍ୟାଙ୍କୁ ନିର୍ଯାତନା ଦିଆଯାଉଛି। ସେ କହିଛନ୍ତି ଯେ ବିବାହ ପୂର୍ବରୁ ଗର୍ଭଧାରଣ ପରୀକ୍ଷା କନ୍ୟାମାନଙ୍କ ପ୍ରତି ଅପମାନ।

ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅଧୀନରେ ଏକ ଗଣବିବାହ ଆୟୋଜିତ ହୋଇଥିଲା। ଗଣବିବାହରେ ୨୧୯ଟି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନାରେ ମାଗଣାରେ ବିବାହ ସହ ଯୌତୁକ ବାବଦରେ ବିଭିନ୍ନ ଉପହାର ମଧ୍ୟ ଦିଆଯାଏ ।  ତେବେ କିଛି ଅସାଧୁ ବ୍ୟକ୍ତି ଉପହାର ହାତେଇବାକୁ ଅନେକ ଥର ପୁନଃବିବାହ କରିବାକୁ ନିଜ ନାମ ପଂଜୀକୃତ କରିଥାନ୍ତି। ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଏଥର ସାମିଲ କରାଯାଇଥିଲା ଓ ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.