ଇସ୍ରାଏଲ-ପାଲେଷ୍ଟାଇନରେ ମହାଯୁଦ୍ଧ, ଗଲାଣି ୧୬ଶହ ଜୀବନ

ଇସ୍ରାଏଲ ଓ ହମାସ ମଧ୍ୟରେ ସାଂଘାତିକ ମହାଯୁଦ୍ଧ

0

ଓଡ଼ିଆ ନ୍ୟୁଜ, ଇସ୍ରାଏଲ : ଇସ୍ରାଏଲ ଓ ହମାସ ମଧ୍ୟରେ ସାଂଘାତିକ ମହାଯୁଦ୍ଧ । ଆଜିକୁ ନେଇ ୪ଦିନ ହେବ ଚାଲିଛି ଯୁଦ୍ଧ । ସାଂଘାତିକ ଯୁଦ୍ଧ କାରଣରୁ ଇସ୍ରାଏଲରେ ଖାଦ୍ୟ, ପାଣି, ବିଜୁଳି ଓ ଗ୍ୟାସ୍ ଯୋଗାଣ ମଧ୍ୟ ବନ୍ଦ ରହିଛି । ଯୁଦ୍ଧରେ ୧୬ଶହ ଲୋକଙ୍କ ଜୀବନ ଗଲାଣି । ଇସ୍ରାଏଲରେ ମୃତୁ୍ୟ ସଂଖ୍ୟା ୯ଶହରୁ ଅଧିକ ହୋଇଥିବା ବେଳେ ପାଲେଷ୍ଟାଇନରେ ପ୍ରାୟ ୭ଶହ ଲୋକଙ୍କ ଜୀବନ ଯାଇସାରିଛି ।

ହମାସର ରକେଟ ମାଡ ଯୋଗୁ ଇସ୍ରାଏଲରେ ମୃତୁ୍ୟ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ୍ ଉପରେ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ନିଜ ସେନାକୁ ସମଗ୍ର ଗାଜା ପଟ୍ଟିରେ କବ୍ଜା କରିବାକୁ ନିଦେ୍ର୍ଦଶ ଦେଇଛି । ସେନାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯାଇଛି । ଇସ୍ରାଏ ଘନଘନ ମିସାଇଲ୍, ତୋପ ଓ ରକେଟ୍ ମାଡ କରୁଛି । ଯଦି ଇସ୍ରାଏଲ ଅଧିକ ଆକ୍ରମଣ କରେ ତେବେ,ବନ୍ଦୀଥିବା ସମସ୍ତ ନାଗରିକଙ୍କୁ ହତ୍ୟା କରିବାର ଧମକ ଦେଇଛି ହମାସ୍ ।

ଇସ୍ରାଏଲ ପକ୍ଷରୁ ଗାଜା ସୀମା ନିକଟରେ ୧ଲକ୍ଷ ସୈନିକ ମୁତୟନ କରାଯାଇଛି । ଆହୁରି ୩ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ହମାସ୍ ବିରୋଧରେ ଲଢେଇ ପାଇଁ ଆମେରିକା ଇସ୍ରାଏଲକୁ ଯୁଦ୍ଧ ତୋପ ଓ ବୋମା ବର୍ଷଣକାରୀ ବିମାନ ଯୋଗାଇ ଦେଇଛି ।

Leave A Reply

Your email address will not be published.