ଓଡିଆ ନ୍ୟୁଜ୍ (ବ୍ୟୁରୋ) : ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ ରଚୁଛି । ବର୍ଷାଜନି ଓ ଭୂସ୍ଖଳନରେ ଗଲାଣି ଅନେକ ଜୀବନ । ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୮୧ରେ ପହଞ୍ଚିଛି। ୪ ଦିନର ବର୍ଷାରେ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳରେ ବର୍ଷା ଏବଂ ଭୂସ୍ଖଳନ ପାଇଁ ୩ ଦିନରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଏବେ ବି ନିଖୋଜ ଅଛନ୍ତି।
ଶିମ୍ଲାର ସମରହିଲ୍ରେ ଭୁଶୁଡ଼ି ପଡ଼ିଥିବା ଶିବ ମନ୍ଦିରର ଭଗ୍ନାବଶେଷ ତଳୁ ଆଜି ଆଉ ଏକ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ବର୍ଷା ଲାଗି ରହିଥିବାରୁ ହିମାଚଳର ଦୁର୍ଦ୍ଦଶା ଆହୁରି ବଢ଼ିବ ବୋଲି କୁହାଯାଉଛି। ଏମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ବର୍ଷା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି ହିମାଚଳ ସରକାର।
ରାଜ୍ୟ ବିପର୍ୟ୍ୟୟ ବୋଲି ଘୋଷଣା କରିବା ପରେ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ୟ୍ୟୟକୁ ଜାତୀୟ ବିପର୍ୟ୍ୟୟ ବୋଲି ଘୋଷଣା କରିବା ପାଇଁ କେନ୍ଦ୍ରକୁ କହିଛନ୍ତି ହିମାଚଳ ସରକାର। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ଏପର୍ୟ୍ୟନ୍ତ ୧୦,୦୦୦କୋଟି ଟଙ୍କାର କ୍ଷତି ହୋଇସାରିଲାଣି। ଏବେ କେନ୍ଦ୍ର ସରକାର ଆମକୁ ସାହାଯ୍ୟ କରିବା ଉଚିତ୍।