ଆଉ ଏକ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଉ ଏକ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ଦିନେ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଗୋଟିଏ କିମ୍ବା ଦୁଇଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ କଟକ ମେୟର ସୁବାସ ସିଂ। ଗତକାଲି ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଥିଲା ।

ପ୍ରକାଶ ଯେ ଗତ ଦୁଇଦିନ ହେଲା ବାଲିଯାତ୍ରାରେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି। ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି। ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଗୋଟିଏ କିମ୍ବା ଦୁଇ ଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା କଟକ ମେୟର ସୁବାସ ସିଂ । ରବିବାର ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଛି ।

ସୋମବାର ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି କଟକ ମେୟର ସୁବାସ ସିଂ ସୂଚନା ଦେଇଥିଲେ ।ବାଲିଯାତ୍ରା ଆଉ ଦୁଇ ଦିନ ବୃଦ୍ଧି କରିବାକୁ କଟକ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବାଲିଯାତ୍ରା ସୂଚାରୁ ଢଙ୍ଗରେ ପରିଚାଳିତ ହେଉଛି । ବ୍ୟବସାୟୀଙ୍କ ବ୍ୟବସାୟ ଲାଗି ଭରପୁର ସୁଯୋଗ ମିଳୁଛି ।

Leave A Reply

Your email address will not be published.