‘ଗଦର-୨’ ରିଲିଜ ପୂର୍ବରୁ ସର୍ବ ପ୍ରଥମେ ଫିଲ୍ମ ଦେଖିଲେ ଇଣ୍ଡିଆନ ଆର୍ମି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଗଦର-୨ ରିଲିଜ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି। ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ଓ ସନି ଦେଓଲ ୨୨ ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ପୁଣି ଏକାଠି ହୋଇଛନ୍ତି। ଫିଲ୍ମର ଟିଜର ଓ ପ୍ରଥମ ଗୀତ ରିଲିଜ ହୋଇ ସାରିଛି ଏବଂ ଉଭୟକୁ ମଧ୍ୟ ଭଲ ରେସପନ୍ସ ମିଳିଛି। ଏବେ ନିର୍ମାତାଙ୍କ ପାଇଁ ଏକ ଭଲ ଖବର ଆସିଛି।ପିଙ୍କଭିଲାର ରିପୋର୍ଟ ମୁତାବିକ , ଏବେ ଫିଲ୍ମକୁ ଇଣ୍ଡିଆନ ଆର୍ମି ପକ୍ଷରୁ ସବୁଜ ସଙ୍କେତ ମିଳି ସାରିଛି।

ଏମିତି କୁହାଯାଉଛି କି ,  ସର୍ବ ପ୍ରଥମେ ଇଣ୍ଡିଆନ ଆର୍ମିକୁ ଦେଖାଯାଇଛି। ନିର୍ମାତା ଚାହୁଁଥିଲେ କି ଇଣ୍ଡିଆନ ଆର୍ମି ରକ୍ଷରୁ ତାଙ୍କୁ ନୋ ଅବଜେକ୍ସନ ସାର୍ଟିଫିରକେଟ ମିଳିଯାଉ । ପ୍ରକୃତ କଥା ହେଲା , ଭାରତରେ ଆର୍ମି ଉପରେ ତିଆରି କୌଣସି ବି ଫିଲ୍ମ ରିଲିଜ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍‌ ନେବାକୁ ହୋଇଥାଏ ।

ଏବେ ଖବର ଆସିଛି କି ପ୍ରତିରକ୍ଷା ମନ୍ତ୍ରାଳୟ (ମିନିଷ୍ଟ୍ରୀ ଅଫ୍‌ ଡିଫେନ୍ସ) ଫିଲ୍ମକୁ ଦେଖି କ୍ଲିନ୍‌ ଚିଟ୍‌ ଦେଇ ସାରିଛି ଏବଂ ଏହାସହ ଫିଲ୍ମର ପ୍ରଶଂସା ବି କରିଛି। କହି ରଖୁଛୁ କି, ଗଦର-୨ର ଟ୍ରେଲର ଖୁବ୍‌ ଶୀଘ୍ର ରିଲିଜ ହୋଇଯିବ । ହେଲେ ଏହାକୁ ଏକ ଗ୍ରାଣ୍ଡ ଲେବଲରେ ରିଲିଜ କରାଯିବାର ପ୍ଲାନ୍‌ ରହିଛି, ଯାହା ଦର୍ଶକଙ୍କୁ ପସନ୍ଦ ଆସିବ । ଟିଜର ଦେଖିବା ପରେ ପ୍ରଶଂସକ ପୂର୍ବରୁ ଟ୍ରେଲର ରିଲିଜକୁ ନେଇ ଖୁବ୍‌ ଏକ୍ସାଇଟେଡ୍‌ ଅଛନ୍ତି । ସମସ୍ତେ ପୁଣି ଥରେ ତାରା ସିଂହଙ୍କୁ ହଙ୍ଗାମା କରିବାର ଦେଖିବାକ ଚାହୁଁଛନ୍ତି ।

ଅନ୍ୟପଟେ ଇ-ଟାଇମ୍ସ ସହ କଥାବାର୍ତ୍ତା ବେଳେ ନିର୍ଦ୍ଦେଶକ ଅନିଲ ଶର୍ମା କହିଥିଲେ , ମୁଁ କେବଳ ଗଦର ନାମକୁ ବ୍ୟବହାର କରି କିଛି ବି ତିଆରି କରିବାକୁ ଚାହୁଁ ନଥିଲି । ମୁଁ ତାରା ସିଂହ ଓ ସକିନାଙ୍କର ଅସଲ ଲଭ୍‌ ଷ୍ଟୋରୀ ତିଆରି କରିବାକୁ ଚାହୁଁଥିଲି । ମୁଁ ପାଖାପାଖି ୫୦ଟି କାହାଣୀ ଶୁଣିଥିଲି, କିନ୍ତୁ ମୋତେ ସେସବୁ ପସନ୍ଦ ଆସିନଥିଲା । ଶେଷରେ ଏହି କାହାଣୀରେ ମଜା ଆସିଲା।

Leave A Reply

Your email address will not be published.