ଭାରତୀୟ ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଝାଡ଼ଖଣ୍ଡ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ରାଞ୍ଚି 2023 ରେ ସେମାନଙ୍କର ପ୍ରଦର୍ଶନ ପଛରେ, ଭାରତୀୟ ମହିଳା ହକି ଦଳ ବର୍ତ୍ତମାନ 2368.83 ପଏଣ୍ଟ ସହ ବିଶ୍ୱର ଷଷ୍ଠ ଶ୍ରେଷ୍ଠ ମହିଳା ହକି ଦଳ ଭାବରେ ସ୍ଥାନ ପାଇଛି | ଭାରତର ଏହା ସର୍ବକାଳୀନ ସର୍ବେଶ୍ରେଷ ୱାର୍ଲ୍ଡ ରାଙ୍କିଂ । ନିକଟରେ ଶେଷ ହୋଇଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ଓ ଏସୀଆନ ଗେମ୍ସ ପ୍ରଦର୍ଶନ ଲାଗି ଭାରତର ଏଫଆଇଏଚ୍‌ ମାନ୍ୟତାରେ ବଡ଼ ଧରଣର ଉନ୍ନତି ହୋଇଛି ।

ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା । ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଟାଇଟଲ ବିଜେତା ହୋଇଛି । ଏହା ପ୍ରଦର୍ଶନ ଆଧାରରେ ଦଳର ମାନ୍ୟତାରେ ଉନ୍ନତି ହୋଇଛି । 2368.83 ରେଟିଂ ପଏଣ୍ଟ୍‌ ସହ ଭାରତ ଷଷ୍ଠ ସ୍ଥାନ ଅଧିକାର କରିଛି । 3422.40 ପଏଣ୍ଟ ସହ ନେଦରଲାଣ୍ଡ ଟେବୁଲ ଟପରେ ରହିଛି । 2817.73 ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ଏବଂ 2766.90 ପଏଣ୍ଟ ସହ ଆର୍ଜେଣ୍ଟିନା ତୃ଼ତୀୟ ସ୍ଥାନରେ ରହିଛି । ବେଲଜିୟମ 2608.77 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଜର୍ମାନୀ 2573.72 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।

ସୂଚନା ମୁତାବକ,  ଝାଡ଼ଖଣ୍ଡରେ ସଦ୍ୟ ସମାପ୍ତ ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ଦଳ ଚମ୍ପିଆନ ହୋଇଥିଲା । ଫାଇନାଲରେ ଜାପାନକୁ 4-0 ଗୋଲରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଏସିଆନ ଚମ୍ପିଆନ୍ସ ଟ୍ରଫି ହାତେଥିଲା ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଥିଲା । ଲିଗ ପର୍ଯ୍ୟାୟରେ ଥାଇଲାଣ୍ଡ, ମାଲେସିଆ, ଜାପାନ, କୋରିଆ, ଚୀନ ବିପକ୍ଷରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏହା ପରେ ଫାଇନାଲରେ ଜାପାନକୁ ମାତ୍‌ ଦେଇ ବାଜିମାରି ନେଇଥିଲା ।

 

Leave A Reply

Your email address will not be published.