ମହାପ୍ରଭୁଙ୍କ ମହାପ୍ରସାଦ ନେଇ ବଡ ଘୋଷଣା କଲେ ଆଇନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଅନେକ ଶ୍ରଦ୍ଧାଳୁ ଅର୍ଥାଭାବ ହେଉ କି ଅନ୍ୟ କୌଣସି କାରଣରୁ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥାଆନ୍ତି। ହେଲେ ଆଗାମୀ ଦିନରେ କୌଣସି ଶ୍ରଦ୍ଧାଳୁ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।

ଶ୍ରୀମନ୍ଦିର ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ କୁଡ଼ୁଆ ମାଗଣାରେ ଯୋଗାଇଦେବାକୁ ଯୋଜନା କରିଛନ୍ତି ସରକାର। ତେବେ ଏନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  | ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି । ପ୍ରତିଦିନ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତ ଆସୁଥିବା ବେଳେ ସମସ୍ତଙ୍କୁ ମାଗଣା ମହାପ୍ରସାଦ ଦେବାକୁ ଚେଷ୍ଟା କରାଯାଉଛି । ମାଗଣା ମହାପ୍ରସାଦ କୁଡୁଆ ଯୋଗାଇଦେବା ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।  ସରକାରଙ୍କ ଉପରେ କୌଣସି ଚାପା ନପକାଇ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.