ସିଡ଼ିରୁ ଖସି ଚାଲିଗଲା ଯୁବକଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ପଡ଼ି ଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଵିନିକା ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଆଣିଥିଲେ।

ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବିନିକା ପୁଲିସ ଶବକୁ ଜବତ ଘଟଣାର ତଦନ୍ତ କରୁଛନ୍ତି। ସୂଚନା ମୁତାବକ, ଆଜି ସକାଳେ ବିଦ୍ୟାପତି ନିଜ ଘରର ସିଡିରୁ ତଳକୁ ଓହ୍ଲାଉଥିଲେ। ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା। ଯୁବକ ଜଣଙ୍କ ତଳେ ପଡ଼ି ଯାଇଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟାପତିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.