ମୁହଁ ଆଗରେ ଫାଟିଲା ମୋବାଇଲ, ଚାଲିଗଲା ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଛାତ୍ରୀ ମୋବାଇଲ୍‌ ବ୍ୟବହାର କରୁଥିବାବେଳେ ଠିକ୍ ମୁହଁ ଆଗରେ ମୋବାଇଲ୍‌ ଫାଟି ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଛାତ୍ରୀ ଜଣକ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମୋବାଇଲ୍‌ ଦେଖୁଥିଲେ। ମୋବାଇଲ୍‌ ଦେଖୁଥିବାବେଳେ ହଠାତ୍‌ ମୋବାଇଲ୍‌ଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଛାତ୍ରୀ ଜଣକ ଗୁରୁତର ହେବାପରେ ତାଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏପରି ଏକ ଘଟଣା କେରଳରେ ଘଟିଛି ।

ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ତାଙ୍କ ବୟସ ୮ ବର୍ଷ। ତାଙ୍କ ଘର କେରଳର ଥିରୁଭିଲଭାମଲାରେ ହୋଇଥିବା କୁହାଯାଇଛି। ଏହି ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି। ପୋଲିସର କହିବା ଅନୁସାରେ, ଗତକାଲି ଅର୍ଥାତ୍‌ ସୋମବାର ଦିନ ଆଦ୍ୟାଶ୍ରୀ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଫୋନ୍‌ ଦେଖୁଥିଲେ ।

ଫୋନ୍‌ ଦେଖିବା ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଏଭଳି ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.