ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ପୁଣି ଲାଗିଲା ଝଟକା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ପୁଣି ଲାଗିଲା ଝଟକା। ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ଏବଂ ପୂଜାପାଠ ଆବେଦନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ। ଆଜି ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ସମସ୍ତ ପାଞ୍ଚ ଆବେଦନକୁ ଖାରଜ କରି ଦେଇଛନ୍ତି | ଜ୍ଞାନବ୍ୟାପୀ ମାଲିକାନାକୁ ନେଇ ଆବେଦନ ହୋଇଥିବା ଯାଚିକାକୁ ମଧ୍ୟ ଉଚ୍ଚ ଅଦାଲତ ଖାରଜ୍ କରିଛନ୍ତି ।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ୧୯୯୧ରେ ହୋଇଥିବା ମକଦମାର ଟ୍ରାଏଲ୍ ପାଇଁ ମଞ୍ଜୁରୀ ମିଳିଛି । ବାରଣାସୀ କୋର୍ଟକୁ ୬ ମାସ ଭିତରେ ଟ୍ରାଏଲ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆହ୍ଲାବାଦ ହାଇକୋର୍ଟ ଫୈସଲାରେ କହିଛନ୍ତି, ଜ୍ଞାନବ୍ୟାପୀ ମାମଲା ‘Places Of Worship Act 1991’ ପରିସରରୁ ବାହାରେ ରହିଛି । ତେଣୁ ଏହି ମାମଲାର ଶୁଣାଣି ନିମ୍ନ ଅଦାଲତ ହେଇପାରିବ । ଏହି ନିଷ୍ପତ୍ତି ଜ୍ଞାନବ୍ୟାପୀ ମସଜିଦ୍ ପରିସରର ହେଉଥିବା ସର୍ଭେ ଉପରେ ପଡିପାରେ । ହିନ୍ଦୁ ପକ୍ଷ କହିବା କଥା, ନିକଟରେ ହୋଇଥିବା ସର୍ଭେରେ ବୁଜୁଖାନା ସହିତ ଯେଉଁ ଅଞ୍ଚଳ ଆସୁଛି ତାହାର ସର୍ଭେ ହେଇପାରିବ । ଏହାଛଡ଼ା ମସଜିଦ୍ ପରିସରରେ ଖୋଳାଖୋଳି ମଧ୍ୟ ଅନୁମତି ମିଳି ପାରିବ ।

ଜ୍ଞାନବ୍ୟାପୀ କେସ୍‌ରେ ଡିସେମ୍ବର ୮ ତାରିଖରେ ଶୁଣାଣି ପରେ ଆହ୍ଲାବାଦ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଯେଉଁ ୫ ଯାଚିକା ଉପରେ ରାୟ ଆସିଛି, ସେଥିରେ ୨ଟି ଯାଚିକା ସିଭିଲ୍ ବିବାଦ ଏବଂ ୩ଟି ଯାଚିକା ASI ସର୍ଭେକୁ ନେଇ ଦାଖଲ ହୋଇଥିଲା । ଉଚ୍ଚ ଅଦାଲତ ଶୁଣାଣି ବେଳେ କହିଥିଲେ, ଏହି ମାମଲାର ଶୁଣାଣି ‘Places Of Worship Act 1991’ରେ ହୋଇପାରିବ ନାହିଁ । ଜ୍ଞାନବ୍ୟାପୀ ମାମଲା ଏହି ନିୟମରେ ଲାଗୁ ହେଉନାହିଁ । ତେଣୁ ଏହାର ଟ୍ରାଏଲ୍ ନିମ୍ନ ଅଦାଲତରେ ହୋଇପାରିବ ।

Leave A Reply

Your email address will not be published.