ଓଡ଼ିଆ ନ୍ୟୁଜ,ଋଷ: ଆମ ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ । ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ପଛରେ ଲୁଚି ରହିଛି ଅନେକ ଅଜଣା ରହସ୍ୟ । କିଛି କିଛି ଏମିତି କଥା ରହିଛି ଯାହା ମଣିଷ ନିଜେ ବିଶ୍ୱାସ କରିବା କଷ୍ଟକର । ଗାଁ ଯିବାକୁ କିଏ ନା ପସନ୍ଦ କରେ । ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ, ପୋଖରୀ, ଗଛଲତା ଅତି ସୁନ୍ଦର । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ ଯାହାକୁ ଶୁଣିଲା ପରେ ଆପଣ ବି କହିବେ କଣ ସତରେ ଏମିତି ହୋଇପାରେ । ହଁ ଆଜ୍ଞା । ଆମେ କହୁଥିବା ରହସ୍ୟମୟୀ ଗାଁଟି ଋଷ ଦେଶର ଓସଟିଆରେ ରହିଛି । ଏହା ଏକ ଏମିତି ଅଭିଶପତ ଗାଁ । ଏଠାକୁ ଯିଏ ଯାଇଛି ସେ ଆଉ କେବେ ଫେରି ନାହିଁ । ସେ ଗାଁର ନାଁ ହେଉଛି ଦର୍ଗାଭସ୍ । ଏହି ଗାଁଟି ସାରା ବିଶ୍ୱରେ ମୃତୁ୍ୟର ଗାଁ ନାମରେ ପରିଚିତ ।
ଏହି କାରଣରୁ ଭୟରେ ଓ ଲୋକକଥାକୁ ଶୁଣି ସେହି ଗାଁକୁ କେବେ କେହି ଯାଆନ୍ତି ନାହିଁ । ଦର୍ଗାଭସ୍ ଗାଁଟି ଏକ ପଥର ପାହାଡ ଶିଖରରେ ରହିଛି । ଯେଉଁଠି ହାତଗଣତି ୯୯ଟି ଘର ରହିଛି । କୁହାଯାଏ ଏହି ଗାଁଟି ୧୬ଶହ ଶତାଦ୍ଧୀରେ ନିର୍ମାଣ କରାଯାଇଥିଲା । ଧଳା ପଥରରେ ତିଆରି ହୋଇଛି ଏହି ଗାଁର ସମସ୍ତ ଘର । ଆଉ ସେହି ଘର ଭିତରେ ପୋତା ହୋଇଛି ନରକଙ୍କାଳ । ରାତି ହେଲା ମାତ୍ରେ ସେହି ଘର ଭିତରୁ ଶୁଭେ ଅତି ଭୟଙ୍କର ସ୍ୱର । ଏହି ଘର ମାନଙ୍କ ମଧ୍ୟରୁ ଅନେକ ଘର ୪ମହଲା ବିଶିଷ୍ଠ । କୁହାଯାଏ ଏହାସହ ଜଡିତ ରହିଛି ଅନେକ ପୁରୁଣା ରହସ୍ୟ । ସେହି ଗାଁର ଆଖପାଖରେ ରହୁଥିବା ଲୋକ ମାନଙ୍କ କହିବା ଅନୁସାରେ ସେଠାରେ କେବଳ ମାଳ ମାଳ ଖପୁଡି ଦେଖିବାକୁ ମିଳେ । ଆଜି ପର୍ଯ୍ୟନ୍ତ ଯିଏବି ଥରେ ସେଠାକୁ ଯାଇଛି ସେ ଆଉ ଫେରିନି । ଋଷିଆନ୍ ଆଣ୍ଡ ଇଉରୋପିଆନ୍ ଷ୍ଟଡିଜର ପ୍ରଫେସରଙ୍କ କହିବା ଅନୁସାରେ, ବହୁବହୁ ବର୍ଷ ତଳେ ଗିଲେଜନଟ୍ ନଦୀ ପାଖରେ ଏକ ଜନବସତି ଗଢି ଉଠିଥିଲା । ସେମାନେ ଯେଉଁ ଘର ସବୁ ତିଆରି କରିଥିଲେ ତାହା ଆଗରେ ଗୋଟିଏ ଲେଖାଏଁ କୂଅ ଥିଲା । ଏବଂ ସେମାନଙ୍କ ମୃତ ଶରୀର ଗୁଡିକ ସେଇ ଘର ଭିତରେ ପୋତା ହୋଇରହିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସ୍ଥାନକୁ ଯିବା ଏତେ ସହଜ ନୁହେଁ । ଏଠାକୁ ଯିବାକୁ ଥିବା ରାସ୍ତା ବଡ ଭୟଙ୍କର । ଏହି ଗାଁକୁ ଯିବାକୁ ହେଲେ ପାହାଡ କଡେ କଡେ ଯିବାକୁ ହୁଏ । ପାଖାପାଖି ୭ରୁ ୮ ଘଂଟା ସମୟ ଲାଗିଥାଏ ଏଠାକୁ ଯିବାକୁ । ଏହି ସ୍ଥାନକୁ ଯାଇଥିବା କିଛି ପର୍ଯ୍ୟଟକଙ୍କ କହିବା କଥା ଏହି ସ୍ଥାନ ସମ୍ପର୍କରେ ସୂଚେଇବା ପାଇଁ କେହି ଗାଇଡ୍ ମଧ୍ୟ ଯିବାକୁ ରାଜି ହୁଅନ୍ତି ନାହିଁ । ଯେଉଁମାନେ ବି ଯାଇଛନ୍ତି ତାଙ୍କର କେବେବି ଅତାପତା ମିଳି ନାହିଁ । ସେଥିପାଇଁ ତ ଏତେ ସବୁ ରହସ୍ୟ ଲୁଚି ରହିଥିବା ଏହି ଗାଁକୁ ଲୋକମାନେ ବୋଧ ହୁଏ ସେଇଥିପାଇଁ କୁହନ୍ତି ଏହି ଗାଁ “ମୃତୁ୍ୟର ଗାଁ’ ।