ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର 5 ଜଣ ସଂକ୍ରମିତଙ୍କୁ ମିଶାଇ ପଜିଟିଭ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡି ଚାଲିଛି କୋରୋନା ଭାଇରସ । ଯାହାକି ଏକ ପ୍ରକାର ଚିନ୍ତା ବଢାଇଛି ।
ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ଟେଷ୍ଟିଂ ମଧ୍ୟ ବଢାଇ ଦିଆଯାଇଛି । ଗତକାଲି(ଗୁରୁବାର) 690 ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ 378ଟି ଆରଟିପିସିଆର କରାଯାଇଥିଲା । ସେଥିରୁ 5 ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 13 ଜଣ ଆକ୍ଟିଭ ସଂକ୍ରମିତ ରହିଛନ୍ତି । ତେବେ ସମସ୍ତ ସଂକ୍ରମିତ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହେବାର କିଛି ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଓଡିଶାରେ JN.1 ଭାରିଆଣ୍ଟ ନାହିଁ । ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସାରା ଦେଶରେ କୋଭିଡର ନୂଆ ଭାରିଆଣ୍ଟ JN.1 ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ । ଏପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ଼ ଜେଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । ତେବେ ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି ତାହା ନେଚୁରାଲ । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରାଯାଇଛି । ତେବେ ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ ।