ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭଦ୍ରା ଯୋଜନା ଶୁଭାରମ୍ଭ ସିଧାସଳଖ ଦେଖିଲେ କରଞ୍ଜିଆ ଅଞ୍ଚଳ ବାସୀ | ସବୁ ଅପେକ୍ଷାରେ ହେଲା ଅନ୍ତ । ମହିଳାମାନଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା । ଆଜି ପ୍ରଧାନମନ୍ତ୍ରୀ ମୋଦି ୭୪ ବର୍ଷରେ ପଦାର୍ପଣ କରିଛନ୍ତି |
ଆଜି ନିଜ ଜନ୍ମଦିନରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀର ଜନତା ମୈଦାନରୁ ଭିଜୁଆଲ ମାଧ୍ୟମରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଆସିଛି | ଏହି ଅବସରରେ କରଞ୍ଜିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ୍ ଉନ୍ୟୟନ ଅଧିକାରୀ ସୁଶାନ୍ତ କୁମାର୍ ସୂତାରଙ୍କ ତତ୍ଵାବଧାନରେ ପ୍ରଧାମନ୍ତ୍ରୀଙ୍କ ଭାଯୁଆଲ ମାଧ୍ୟମରେ ସିଧାସଳଖ ସୁଭଦ୍ରା ଯୋଜନାର ଶୁଭାରମ୍ଭ କୁ ଦେଖିବାର ଆୟାଜନ ହେଇଥିଲା |
ଉକ୍ତ କାର୍ଯୟକ୍ରମରେ ମୁଖ୍ୟ ଅତିଥି ରୂପେ କରଞ୍ଜିଆ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାନ୍ସୁ ଚାନ୍ଦ ଯୋଗ୍ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍, ଆଦିବାସୀ ଉ୍ନୟନ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର୍ ବାଣୁଆ,ସିଡିପିଓ ମଞ୍ଜୁଳା ବେହେରା , ବ୍ଲକ୍ ଉପାଧ୍ୟକ୍ଷ ଛତିସ୍ ଚନ୍ଦ୍ର ମହାନ୍ତ, ଙ୍କ ସହିତ ବିଭିନ୍ନ ୱାର୍ଡ ର ଅଙ୍ଗନୱାଡି କର୍ମୀ , ସ୍ଵୟଂ ସହାୟିକା ଗୋଷ୍ଠୀ , ମିଶନ ଶକ୍ତି ସଦସ୍ୟାଙ୍କ ସମେତ ବହୁ ସଂଖ୍ୟକ ମହିଳା ମାନେ ଯୋଗ ଦେଇଥିଲେ| ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ ର କର୍ମଚାରୀ ମାନେ ସହଯୋଗ କରିଥିଲେ | ତେବେ ଆଜିର ଏହି କାର୍ଯ୍ୟକ୍ରମକୁ। ନେଇ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ କୃତଜ୍ଞତା ଜଣାଇଛନ୍ତି |