ମୁସଲିମ ପକ୍ଷ ପିଟିସନ ଖାରଜ, ମସଜିଦ ଭିତରେ ଜାରି ରହିବ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରାଣସୀ ଜ୍ଞାନବାପୀରେ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚାନା କରିବା ମାମଲାରେ ଆସିଲା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ । ପୂର୍ବରୁ ବାରଣାସୀ ଜିଲ୍ଲା କୋର୍ଟ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମୁସଲିମ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ଏ ଉପରେ ଉଚ୍ଚ ନ୍ୟାୟଳୟ ରାୟ ପ୍ରକାଶ କରିବେ।  ମୁସଲିମ ପକ୍ଷ ଯାଚିକାକୁ ଖାରଜ କଲେ କୋର୍ଟ । ବ୍ୟାସ ବେସମେଣ୍ଟରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା ଜାରି ରହିବ ବୋଲି ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ | ଆହ୍ଲାବାଦ ହାଇକୋର୍ଟର ନ୍ୟାୟମୂର୍ତ୍ତି ରୋହିତ ରଞ୍ଜନ ଅଗ୍ରଓ୍ବାଲ ଇନ୍ତୋଜାମିଆ ମସଜିଦ କମିଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହା ପୂର୍ବରୁ ଉଭୟ ପକ୍ଷରୁ ତର୍କ ବିତର୍କ ପରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଅନ୍ୟପଟେ ଏହି ମାମଲାରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କଗିଛନ୍ତି, “ଆଜି ଆହ୍ଲାବାଦ ହାଇକୋର୍ଟ ଇନ୍ତୋଜାମିଆ ପକ୍ଷର ଦୁଇଟି ଯାଚିକାକୁ ଖାରଜ କରିଛନ୍ତି ।

ଏହାର ଅର୍ଥ ଯେଉଁ ପୂଜା ଚାଲି ରହିଛି ତାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ । ବ୍ୟାସ ତେହଖାନାରେ ପୂଜା ଜାରି ରହିବ । ଯଦି ସେମାନେ ସୁପ୍ରିମକୋର୍ଟ ଯିବେ ତେହାଲେ ଆମେ ମଧ୍ଯ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବୁ ।” ଫେବୃଆରୀ ୧୩ରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ପରିସର ପରିଦର୍ଶନ କରି ‘ବ୍ୟାସ କା ତିଖାନା’ରେ ପୂଜା କରିଥିଲେ।

Leave A Reply

Your email address will not be published.