କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲିସ ପ୍ରଶାସନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିର ସଭ୍ୟ ସମାଜରେ ଅସଭ୍ୟ ଓ ବର୍ବରୋଚିତ ଘଟଣା ଘଟେଇ ଅପରାଧି ବେଧଡକ ବୁଲୁଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲିସ ପ୍ରଶାସନ ।ଏଭଳି ଘଟଣାକୁ ନେଇ ମାମୁଁ ସେକ୍ ତୟୁବ୍ ଅଲ୍ଲୀ ଙ୍କ ପକ୍ଷରୁ ଗତ ୫ ତାରିଖ ରେ କଟକ ଜିଲ୍ଲା ନେମାଳ ଥାନା ରେ ଏତଲା ଦିଆ ଯାଇଥିବା ସତ୍ୱେ ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୂନ ।ଯୋର ଜବରଦସ୍ତ ଦୁଇ ଭଉଣୀଙ୍କ ସହିତ ଅନୈତିକ କାର୍ଯ୍ୟପାଇଁ ଉଦ୍ୟମ ବିଫଳ ହେବାରୁ ରକ୍ତମୁଖା ହୋଇ ଉଠିଲେ ଦୁଇ ଯୁବକ ।ଏହି ଦୁଇ ଯୁବକଙ୍କ ପାଇଁ ଏବେ ମୃତ୍ୟୁ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି ଦୁଇ ଭ ଉଣୀ । ଅନୈତିକ କାର୍ଯ୍ୟ ପାଇଁ ରାଜି ନବେବାରୁ ଏମାନଙ୍କୁ ଗାଡି ମଡ଼େଇ ହତ୍ୟା କରିବାକୁ କୁଆଡେ ହୋଇଥିଲା ଯୋଜନା l

ଦୁଇ ଭଉଣୀ ସାଙ୍ଗ ହୋଇ ନିଜ ମାମୁଁଘରକୁ ଯିବା ରାସ୍ତାରେ ଘଟିଲା ଅଭାବନୀୟ ଘଟଣା ।ସ୍କୁଟି ଯୋଗେ ଦୁଇ ଭଉଣୀ ଗତ ୨ ତାରିଖ ଅପରାହ୍ନରେ ମାମୁଁ ଘର କୁ ଯାଉଥିବା ବେଳେ ନରେନ୍ଦ୍ରପୁର ଫାଣ୍ଡି କାକୁଡିଆପଦା ଠାରେ,ପ୍ରଥମେ ବାଟ ଓଗାଳି ଥିଲେ ତେଣ୍ଡାକୋଡା ଅଂଚଳର ଦୁଇ ଅସାମାଜିକ ଯୁବକ ବୋଲି ମାମୁଁ ତୟୁବ୍ ଅଭିଯୋଗ କରିଛନ୍ତି।ବିଚ ରାସ୍ତା ଉପରେ ଆରଂଭ ହୋଇଗଲା ଟଣା ଓଟରା ।ଆମେ ଯୁଆଡେ କହୁଛୁ ତୁମକୁ ସିଆଡେ ଯିବାକୁ ପଡିବ!
ଆମେ ଯାହା କହୁଛୁ ଆମ ସହିତ ତୁମକୁ ସେଇଆ କରିବାକୁ ହେବ ନଚେତ ଜୀବନରୁ ମାରିଦେବୁ ।ଏଭଳି ଭୟ ଓ ଆତଙ୍କର ବାତାବରଣ ଭିତରୁ ୨ ତରୁଣୀ ଖସି ଯିବାକୁ ଯେତେ ଚେଷ୍ଟା କଲେବି’ ଜଲ୍ଲାଦ ଯୁବକ ମାନେ ପିଛା ଛାଡ଼ିନଥିବା ଅଭିଯୋଗ କରିଛନ୍ତି ଝିଅ ମାମୁଁ ।

ଶେଷରେ ରାସ୍ତା ଉପରେ ହତ୍ୟାର ଧମକ ଦେଇ,ନିଜ ବାଇକକୁ ଦୁଇ ଝିଅଙ୍କ ସ୍କୁଟି ସହିତ ଜୋରଦାର ଧକ୍କା କରାଇଦେଲେ ସଂପୃକ୍ତ ଯୁବକ। ଏବେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି ଦୁଇ ଭଉଣୀ l ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବାକୁ ଯୋଜନାବଦ୍ଧ ଭାବେ ଭୟାନକ କାଣ୍ଡ ଭିଆଇଲେ ଏହି ଦୁଇ ଅସାମାଜିକ ଯୁବକ । ଯାହା ଏବେ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ଅଭିଯୋଗ ସତ୍ୱେ ପୋଲିସ ପ୍ରଶାସନ କେଶ୍ ଟିଏ କରି ଚୁପ ହୋଇ ବସି ଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅ ର ମାମୁଁ ପ୍ରଥମେ ନିଶ୍ଚିନ୍ତକୋଇଲି ସରକାରୀ ଡାକ୍ତରଖାନା ଏବଂ ସେଠାରୁ କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହିତ ଲଢ଼ୁଛନ୍ତି ପୀଡିତା ଦୁଇ ଭଉଣୀ ଅଫିଫା ତସଲିନ ଓ ନିହା ଫରଦୋଷ ।ଏହି ହତ୍ୟା ଉଦ୍ୟମକୁ ଦୁର୍ଘଟଣାର ରୂପ ଦେବାକୁ ଅପରାଧୀଙ୍କ ସହ ପୋଲିସର ସାଣ୍ଟ ଗାଣ୍ଟ କୁ ନେଇ ଚର୍ଚ୍ଚା ଯୋର ଧରିଛି । ଘଟଣାକୁ ୭ ଦିନ ବିତି ସାରିଥିବା ବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି ନେମାଳ ପୋଲିସ ତାକୁ ନେଇ ସଂଦେହ ରେ ଅଂଚଳବାସୀ ।

Leave A Reply

Your email address will not be published.