ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାୟଗଡ଼ା-ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରକୁ ଯାଇଥିବା ସମୟରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ସେଠାକାର ପୋଲିସ ଉଠାଇ ନେଇଥିଲା। ଏହାକୁ ପ୍ରତିବାଦ କରି ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଫୋର୍ସ ମୃତୟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲାମ୍ବା ଗ୍ରାମର କୃଷ୍ଣ ଶିକକା ଓ ବାରି ଶିକକାକୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରରୁ ପୋଲିସ ଉଠାଇ ନେଇଛି।
ଆଜି ସକାଳୁ ନିୟମଗିରି ଅଞ୍ଚଳର ୧୨୧ ଖଣ୍ଡ ଗାଁ ର ଡଙ୍ଗରିଆ ଏକତ୍ରିତ ହୋଇ ନିୟମଗିରି ସୁରକ୍ଷା ସମିତି ସଭାପତି ଶିକକା ଲଦ ଙ୍କ ନେତୃତ୍ୱରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଥାନ ଘେରାଉ ଉଦ୍ୟମ କରିଥିଲେ। ତୁରନ୍ତ ସେଇ ଦୁଇ ଜଣକୁ ଛାଡିବା ଯାଏଁ ଥାନା ରୁ ନ ଯିବା ପାଈଁ ଅଡି ବସିଛନ୍ତି ଘଟଣା ସ୍ଥଳରେ ଜଣେ add SP ,୬ଜଣ IIC ,ଏବଂ SOG ,APR, OSAP, CRPF ସହ ଏକ ପ୍ଲାଟୁନ ପଲିସ ମୁତୟନ ଅଛନ୍ତି ଏହାକୁ ବିରୋଧ କରି ବିଭିନ୍ନ ଗ୍ରାମବାସୀମାନେ ଏକତ୍ରିତ ହୋଇ କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି। ତୁରନ୍ତ ସେମାନଙ୍କୁ ଛାଡ଼ିବା ପାଇଁ ପୋଲିସକୁ ତାଗିଦ୍ କରିଛନ୍ତି ଡଙ୍ଗରିଆ ସମ୍ପ୍ରଦାୟ। ନଚେତ୍ ପରିସ୍ଥିତି ଭୟାଭୟ ହେବ ବୋଲି ଚେତାବନୀ ଦେଇଛନ୍ତି।
ସ୍ଥିତି ନିୟନ୍ତ୍ରଣ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର, ଏସଡିପିଓ ରଶ୍ମି ରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧୂକାରୀ ଓ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ଓ ମାଝିଗୁଡା ପଞ୍ଚାୟତ ଏବଂ କଳାହାଣ୍ଡି ଜିଲ୍ଲା ବିଭିନ୍ନ ଗ୍ରାମରୁ ଡ଼ଙ୍ଗରିଆକନ୍ଧ ଏହି ଘେରାଉ କରିଥିବା ସୂଚନା ମିଳିଛି। ନିୟମଗିରି ଡଙ୍ଗରିଆ ଙ୍କ ଥାନା ଘେରାଉ ଉଦ୍ୟମ । ପଲିସ ର ପ୍ରତିରଧ ଗତ କାଲି ମାଓ ସୂଚନା ଦାତା ସନ୍ଧେହ ରେ ଦୁଇ ଜଣକୁ ଉଠେଇ ନେଇଥିଲେ ପଲିସ । ତେବେ ଏ ନେଇ ପୁଳି ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।