ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜାନୁଆରୀ ୨୬ ଅର୍ଥାତ ଦେଶର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ। ଭାରତ ପକ୍ଷରୁ ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ସେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡ଼ିଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

ଭାରତର ସାଧାରଣତନ୍ତ୍ର ଦିବସ ପରଡେରେ ମୁଖ୍ୟ ଅତିଥି ହେବାରେ ଇମାନୁଏଲ ମାକ୍ରନ ହେଉଛନ୍ତି ଷଷ୍ଠ ଫ୍ରାନ୍ସ ନେତା । ୧୯୭୬ ଏବଂ ୧୯୯୮ ମସିହାରେ ତତ୍କାଳୀନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜାକ୍ୟୁସ ଚିରାକ ସାଧାରଣନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ ।ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀର ୨୫ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇରେ ଫ୍ରାନ୍ସର ବାଷ୍ଟିଲ ଡେ ପରେଡର ମୁଖ୍ୟ ଅତିଥି ହୋଇଥିଲେ । ଏବେ ଭାରତର ସାଧାରଣତନ୍ତ୍ର ଦିବସରେ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ କରିଛନ୍ତି । ରାଷ୍ଟ୍ରପତି ମାକ୍ରନ ଜି୨୦ ସମ୍ମିଳନୀ ପାଇଁ ଗତ ସେପ୍ଟେମ୍ବରରେ ଭାରତ ଆସିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲଞ୍ଚ ମିଟିଂ କରିଥିଲେ ଏବଂ ଭାରତ ଓ ଫ୍ରାନ୍ସର ସମ୍ପର୍କକୁ ଏହି ନୂତନ ଶିଖରକୁ ନେଇଯିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ବାଇଡେନ୍‌ ଭାରତ ଆସିପାରିବେ ନାହିଁ । ସେପଟେ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କର୍ତ୍ତବ୍ୟପଥରେ କ୍ୟାଡେଟ୍‌ମାନେ ରିହର୍ସାଲ କରୁଛନ୍ତି ।

Leave A Reply

Your email address will not be published.