ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ରୋଜଗାର ମେଳା ମାଧ୍ୟମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।
ସୂଚନା ଅନୁସାରେ, ଏହି ନିଯୁକ୍ତି ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ ବିଭାଗ, ଅର୍ଥ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଜଳ ସଂଶୋଧନ ବିଭାଗ ଓ ଗୃହ ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ଦେଶର ୪୪ଟି ସ୍ଥାନରେ ୭୦ ହଜାର ଯୁବକ ଯୁବତୀଙ୍କୁ ମିଳିଲା ନୂଆ ନିଯୁକ୍ତି ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତିମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୮୧ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।