ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇର ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ ହୋଇଛି। ଏଥର ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି। RBI ଆଜି ଏହାର ମୁଦ୍ରା ନୀତି(RBI କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (MPC)ର ଛଅ ଜଣିଆ ସଦସ୍ୟକୁ ନେଇ ବୈଠକ ବସିଥିଲା। ଏଥିରେ MPC ସଦସ୍ୟମାନଙ୍କ ମଧ୍ୟରୁ ଚାରି ଜଣ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ଉପରେ ଭୋଟ୍ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏମ୍‌ପିସି ଗତ ଫେବୃଆରୀ ୨୦୨୩ରେ ରେପୋ ରେଟ୍‌କୁ ବଦଳାଇ ଦେଇଥିଲା ଏବଂ ପରେ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହାର ଅର୍ଥ ହେଉଛି ରେପୋ ରେଟ୍‌ ୧୬ ମାସ ପାଇଁ ସମାନ ସ୍ତରରେ ସ୍ଥିର ରହିଛି।

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଘୋଷଣା ସୁଧ ହାରରେ ହ୍ରାସ ଆଶା କରୁଥିବା ଲୋକଙ୍କୁ ନିରାଶ କରିଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ ହେବା ଯୋଗୁ, ଲୋକଙ୍କ ଇଏମ୍‌ଆଇଭାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ଘୋଷଣା ସେହି ନିବେଶକମାନଙ୍କ ପାଇଁ ଏକ ଖୁସି ଖବର, ଯେଉଁମାନେ ଏଫ୍‌ଡିରେ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରନ୍ତି। ହାଇ ରେପୋ ରେଟ୍‌ ସ୍ଥିର ରହିବା ଅର୍ଥ ହେଉଛି ଏଫ୍‌ଡି ଉପରେ ଅଧିକ ସୁଧର ଲାଭ ଉପଲବ୍ଧ ରହିବ।

Leave A Reply

Your email address will not be published.