ଓଡ଼ିଆ ନ୍ୟୁଜ, (ବ୍ୟୁରୋ): କେନ୍ଦ୍ରାପଡ଼ା ସହରାଞ୍ଚଳରେ ବିଭିନ୍ନ ନିଶା କାରବାର ଖୁଲମଖୁଲା ଦିନକୁ ଦିନ କାୟା ବିସ୍ତାର କରିବା ଖବର ଆମେ ଆମ ଚ୍ୟାନେଲ ରେ ପ୍ରସାରଣ କରିଥିଲୁ | ଅନେକ ଅସାଧୁ କଳା ବ୍ୟବସାୟୀ ବ୍ରାଉନସୁଗାର ଯାହାକୁ ଧଳା ଜହର ର ଆଖ୍ୟା ଦିଆଯାଇଛି | ସେହିଭଳି ବିଷ କୁ କେନ୍ଦ୍ରାପଡ଼ା ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବ ପିଢ଼ି ମାନଙ୍କୁ ଟାର୍ଗେଟ କରି ଧଳାଜହର ର ଗ୍ରାହକ ବନାଉଛନ୍ତି ମୃତ୍ୟୁ ର ସୌଦାଗର ମାନେ | ଖାଲି ଧଳା ଜହର ନୁହେଁ ନିମ୍ନମାନର ଦେଶୀ ମଦ ବା ହାତ ତିଆରି ମଦ ଏବେ ସହରର କୋଣ ଅନୁକୋଣ ରେ ବିକ୍ରି ହେଉଥିବାର ଦେଖିବାକୁ ମିଳୁଥିବାର ଖବର ଆମେ ପ୍ରସାରଣ କରିଥିଲୁ |
ଦେଶୀ ମଦ ବିକ୍ରି ପାଁଇ ସାଧାରଣ ଗରିବ ସୀମାରେଖା ତଳେ ଥିବା ଖଟିଖିଆ ଦିନ ମଜୁରିଆ ମାନଙ୍କୁ କମ ଦାମ ରେ ଅଧିକ ନିଶା କରାଇବା ପ୍ରଲୋଭନ ରେ ଏହି ଗରିବ ମାନଙ୍କ ଜୀବନ ସହ କେମତି ଖେଳ ଖେଳୁଛନ୍ତି ଦେଶୀ ମଦ ବା ହାତ ତିଆରି ନକଲି ମଦ ବେପାରୀ | ଅନ୍ୟପଟରେ ଦେଖିବାକୁ ଗଲେ ସହରାଞ୍ଚଳର ଉପକଣ୍ଠରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ | ହେଲେ ବୁଦ୍ଧିଜୀବୀ ଙ୍କ ମତ ଅନୁଯାଇ ଏହି ଅବକାରୀ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ କେବେ ଘଟଣା ସ୍ଥଳକୁ ଚୋରା ମଦ ଜବତ କରିବାକୁ ଯାଆନ୍ତି ନାହିଁ |
କିଛି ସ୍ଥାନୀୟ ଏଜେଣ୍ଟଙ୍କ ଦ୍ୱାରା ଚୋରା ମଦ ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କ ପାଖରୁ ମୋଟା ଅଙ୍କର ବଟି ନେଇ ଅବକାରୀ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ରେ ବସି ଖଟି କରିଥାନ୍ତି ଏବଂ ସରକାରୀ ବେତନ ରେ ଅୟେସ ଆରାମ କରିଥାନ୍ତି | ଜିଲ୍ଲାରେ ବିଭିନ୍ନ ପୂଜା ପାର୍ବଣ ସମୟରେ ନିଶା କାରବାର ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ | କିନ୍ତୁ ଚଳିତ ବର୍ଷ କେନ୍ଦ୍ରାପଡ଼ାର ଦୁଇଟି ପ୍ରମୁଖ ପର୍ବ ଦଶହରା ଓ ଗଜଲକ୍ଷ୍ମୀ ପୂଜା ପାଳନ ସମୟରେ ସ୍ଥାନୀୟ ଅବକାରୀ ବିଭାଗ ଦାୟିତ୍ୱରେ ଥିବା ଅଫିସରଙ୍କ ତରଫରୁ ମଧ୍ୟ କୌଣସି ଜାଗାରେ ଚେକିଂ କିମ୍ବା ଧର ପଗଡ଼ କରାଯାଇ ନାହିଁ କି କୌଣସି ଅବକାରୀ ଦ୍ରବ୍ୟ ସିଜ କରାଯିବାର ନଜର କୁ ଆସିନଥିଲା |
ଏହିଭଳି ଅନେକ ଦାଇତ୍ୱହୀନତା ର ପ୍ରଶ୍ନ ଅବକାରୀ ବିଭାଗ ଉପରେ ଉଠୁଥିବା ବେଳେ ଅବକାରୀ ବିଭାଗର ଉପରିସ୍ଥ ଅଧିକାରୀ ମାନେ କାହିଁକି ଏହି କାର୍ଯ୍ୟାଳୟ ଉପରେ ତୀକ୍ଷ୍ଣ ନଜର ଦେଉନାହାନ୍ତି ତାହା ଅସ୍ପଷ୍ଟ | ଏନେଇ ବୁଦ୍ଧିଜୀବୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି | ଏନେଇ ଜିଲ୍ଲାର ବରିଷ୍ଠ ନାଗରୀକ ବି ପ୍ରତିକ୍ରିୟାରେ ବ୍ୟକ୍ତ କରିଥିଲେ |