ଓଡ଼ିଆ ନ୍ୟୁଜ (ବ୍ୟୁରୋ): ରାଜନୀତିରେ ଏଣିକି ଚାଲିବ ଓଲଟା ଖେଳ । ଯେମିତି କରିବ ସେମିତି ପାଇବ । ଏଣିକି କେବଳ ଜେସାକୁ ତେସା ନୀତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏମିତି ଧମକ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ବଙ୍ଗଳା ପୋଲିସ ବି ବିଜେପି ନେତାଙ୍କ ସହ ସେମିତି ବ୍ୟବହାର କରବ ଯେମିତି ଇଡି ଏବଂ ସିବିଆଇ ଟିଏମସି ନେତାଙ୍କ ସହ କରୁଛି ।
୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ଏବେ ସବୁ ରାଜନୈତିକ ଦଳର ନଜର ଲୋକସଭା ନିର୍ବାଚନ ଉପରେ । ଆଉ ମାତ୍ର କେତେ ମାସ ବାକି ରହିଛି । ଇତି ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜୋରଦାର ଟକ୍କର ଆରମ୍ଭ ହୋଇଯାଇଛି । ତେବେ ପଶ୍ଚିମବଙ୍ଗର ପ୍ରସଙ୍ଗ ଟିକେ ହଟକେ । ଦିନିଙ୍କ ସ୍ୱର ଏଠାରେ ଖୁବ ତେଢା ଲାଗୁଛି ।୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଉପରେ ଜୋରଦାର ବର୍ଷିଛନ୍ତି ମମତା ବାନାର୍ଜୀ । କହିଛନ୍ତି, ବିଜେପି ନେତାଙ୍କ ବିରୁଦ୍ଧରେ ଜେସାକୁ ତେସା ନୀତି ଆପଣାଯିବ । ଏହି ନୀତି ବଙ୍ଗଳାରୁ ଦିଲ୍ଲୀ ଯାଏ ସବୁଠି କାର୍ଯ୍ୟକାରୀ ହେବ ବୋଲି ଦିଦି ଚେତାବନୀ ଦେଇଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଲଗାତାର ସେ ଏବଂ ତାଙ୍କ ଦଳର ସଦସ୍ୟଙ୍କ ପ୍ରତି ଖରାପ ବ୍ୟବହାର ଏବଂ ଘୃଣାତ୍ମକ ବ୍ୟବହାର ଦେଖାଉଛନ୍ତି । ସେ ଗୁରୁବାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ମମତା ବାନାର୍ଜୀଙ୍କ ବକ୍ତବ୍ୟକୁ ଇଶାରା କରି କହିଛନ୍ତି ଯେଉଁଠି ମମତା କହିଥିଲେ ଆମର ଦଳର ୪ ଜଣ ବିଧାୟକ ଜେଲ ଗଲେ ହତ୍ୟା ଅଭିଯୋଗରେ ବିପକ୍ଷ ଦଳର ଜଣଙ୍କୁ ଜେଲ ପଠାଇବା ନିଶ୍ଚିତ ।