ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ଭିତରେ କାଲି ଚାରି ଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା ହୋଇଛି । ଚଳିତ ବର୍ଷ ମଇ ୫ରୁ ସ୍କୁଲରେ ଖରାଛୁଟି ଆରମ୍ଭ ହେବ । ଜୁନ ୧୯ ତାରିଖରେ ସ୍କୁଲ୍ ଖୋଲିବ ।ତେବେ ୧୮ ତାରିଖ ରବିବାର ପଡୁଥିବାରୁ ଜୁନ ୧୯ ତାରିଖ ସୋମବାର ଠାରୁ ପୁଣି ଥରେ ବିଦ୍ୟାଳୟ ଖୋଲିବ। ଏବର୍ଷ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ୨୦୨୩ ଶିକ୍ଷାବର୍ଷରେ ୨୩୨ଟି କାର୍ଯ୍ୟ ଦିବସ ରହିଛି। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି DEOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟାରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ରଖାଯାଇଛି। ଶନିବାର ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ।
କାର୍ଯ୍ୟ ଦିବସ ବିବରଣୀ :
ଏପ୍ରିଲ ମାସରେ ୨୧ଟି କାର୍ଯ୍ୟଦିବସ ରହିଥିବାବେଳେ ମଇରେ ୪ଟି, ଜୁନରେ ୮ଟି, ଜୁଲାଇ ଓ ଅଗଷ୍ଟରେ ୨୫ଟି ଲେଖାଏଁ, ସେପ୍ଟେମ୍ବରରେ ୨୧, ଅକ୍ଟୋବରରେ ୧୬, ନଭେମ୍ବରରେ ୨୪, ଡିସେମ୍ବରରେ ୧୭, ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚରେ ୨୪ଟି ଲେଖାଏଁ ରହିଛି । ମୋଟ୍ ୮୧ଟି ଛୁଟି ଏବଂ ୫୩ଟି ରବିବାର ରହିଛି। ସେହିପରି ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୪ର୍ଥ ସପ୍ତାହରୁ ଖରାଛୁଟି ହେବ। ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍-୧, ଅକ୍ଟୋବର ଦ୍ବିତୀୟ ସପ୍ତାହରେ ସମ୍ମେଟିଭ୍-୧, ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍-୨ ପାଇଁ ଧାର୍ଯ୍ୟ ହୋଇଛି ।
କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି।