ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ରାଜ୍ୟରେ ବାଜିଲା ସେମିଫାଇନାଲର ବିଗୁଲ । ନଭେମ୍ବର ୭ରୁ ଆରମ୍ଭ ହେବ ମତଦାନ। ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଏହି ୫ ଗଡ଼ରେ କେଉଁ ଦଳ କେତେ ନଂ ରଖୁଛି ତାହା ଏବେ ଫୋକସରେ। ଆଉ ଏହାରି ମଧ୍ୟରେ ପ୍ରକାଶ ପାଇଲାଣି ଓପିନିଅନ୍ ପୋଲ୍ ବା ମତାମତ ସର୍ଭେ।
ସାଧାରଣ ନିର୍ବାଚନର ପାଖାପାଖି ୫ ମାସ ପୂର୍ବରୁ ୫ ରାଜ୍ୟରେ ହେବାକୁ ଯାଉଛି ହାଇଭୋଲଟେଜ୍ ଲଢେଇ । ଏଥିପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୭ ତାରିଖରେ ଛତିଶଗଡ ଓ ମିଜୋରାମରେ ପଡିବ ଭୋଟ୍ । ନଭେମ୍ବର ୧୭ରେ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମଧ୍ୟପ୍ରଦେଶରେ ବି ସେହିଦିନ ଅର୍ଥାତ୍ ନଭେମ୍ବର ୧୭ ତାରିଖରେ ଭୋଟ୍ ନିଆଯିବ।୨୦୧୮ରେ ଦଳ ୯୦ ଆସନରୁ ୬୮ଟି ପାଇ ଏକାକୀ ସଂଖ୍ୟାଗରିଷ୍ଠ ଦଳ ସହ ସରକାର ଗଢିଥିଲା । ବିଜେପି ପାଇଥିଲା ମାତ୍ର ୧୫ଟି ସିଟ୍ । ସେପଟେ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଏକାକୀ ଦବଦବା ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କେସିଆର ପୁଣିଥରେ ସରକାର ଗଢିବେ ବୋଲି କହିଛନ୍ତି । ଗତଥର କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ୧୧୯ଟି ସିଟରୁ ୮୮ଟିରେ ବିଜୟୀ ହୋଇଥିଲା। ଏବେ ଦଳର ନାଁ ବଦଳି ଭାରତ ରାଷ୍ଟ୍ର ସମିତି ହୋଇଛି। ମିଜୋରାମରେ ବିଜେପିର ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ରହିଛି। ୨୦୧୮ରେ ଦଳ ୪୦ ଆସନରୁ ୨୭ଟି ପାଇ ସରକାର ଗଢିଥିଲା ।
୫ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଅପରାଧୀକ ପୁଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ଥର ଖବରକାଗଜ ରେ ବିଜ୍ଞାପନ ଦେବେ ପ୍ରାର୍ଥୀ । ସେପଟେ ତାରିଖ ଘୋଷଣା ହେଇ ହେଉ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ଛତିଶଗଡ଼ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି ।