ଖାଲି କରାଯାଉଛି ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି। ବିଜେଡି ବଡ଼ ପଣ୍ଡାଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଖାଲି କରାଯାଉଛି। ବିଧାୟକ ହିମାଂଶୁଶେଖର ସାହୁଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଗତକାଲି ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ।

ଏହାପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି। ସୂଚନା ମୁତାବକ,  ଯାଜପୁରର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ବଲ୍ଲେ ବଲ୍ଲେ ଢାବାକୁ ବିଧାୟକ ଓ ସାଂସଦ ପାଣ୍ଠିରେ ତିଆରି କରାଯାଇଥିଲା। ହେଲେ ଏହାର ରକ୍ଷାବେକ୍ଷଣା ଦାୟିତ୍ୱ କାହା ପାଖରେ ରହିଛି, ସେ ସମ୍ପର୍କରେ ବ୍ଲକ ପ୍ରଶାସନ ପାଖରେ ଖବର ନଥିଲା। ଏପରିକି ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ଢ଼ାବାକୁ ଜଣେ ବିଜେଡି ନେତ୍ରୀଙ୍କ ହାତକୁ ଟେକି ଦିଆଯାଇଥିଲା। ଆଉ ପ୍ରଚ୍ଛଦ ପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ଏଭଳ ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ। ଗତ ୨୪ ତାରିଖରେ ସମୀକ୍ଷା ବୈଠକ ବସିଥିଲା।

ବୈଠକରେ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ। ଏଥିରେ ବିଡିଓ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଧର୍ମଶାଳା ବ୍ଲକ ଅଧୀନରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ। ଯେମିତି ଧର୍ମଶାଳା ଭବନ, ଜାରକା ଷ୍ଟାଡିୟମ ଓ ଷ୍ଟାଡିୟମ ପରିସରରେ ବେଆଇନ ଭାବେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଡ଼ିଓଙ୍କୁ ବିଧାୟକ ପଚାରିଥିଲେ।ହେଲେ ବିଡିଓ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ। ଏହାକୁ ଶୀଘ୍ର ବନ୍ଦ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ସମୀକ୍ଷା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ। ଢାବାରେ ଲଟ୍ କା ଲଗାଇଥିଲା। ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.