କୋଣାର୍କଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି ଓ କେନ୍ଦ୍ର ରେଳମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ । ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଗତ ବର୍ଷ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଓ ଅମୃତ ମହୋତ୍ସବ ପାଳନ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି ।
ଆଜି ପୁରୀ ଜିଲ୍ଲା କୋଣାର୍କଠାରେ ଅନୁଷ୍ଠିତ “ତ୍ରିରଙ୍ଗା ଯାତ୍ରା”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି । କୋଣାର୍କର ବନାଖଣ୍ଡିରୁ ଆରମ୍ଭ ହୋଇ ଏହି ଯାତ୍ରା ଚନ୍ଦ୍ରଭାଗା ଦେଇ ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିରଠାରେ ସମାପ୍ତ ହୋଇଥିଲା । ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ ।
ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶରେ ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ଏବଂ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନେବା ଉଚିତ୍ । ‘ଘର୍ ଘର୍ ତ୍ରିରଙ୍ଗା’ ପଦଯାତ୍ରା କରି ସାଧାରଣ ଜନତା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ।ଏହି ଅବସରରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ସାଂସଦ ତଥା ଏସ୍‌ସି ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁ ପ୍ରସାଦ ତରାଇ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ ।

Leave A Reply

Your email address will not be published.