ବର୍ଷାରେ ଭିଜି ନେତାଙ୍କ ଭାଷଣ ଶୁଣିଲେ ଛାତ୍ରଛାତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବର୍ଷାରେ ଭିଜିଭିଜି ନେତା ଙ୍କର ଭାଷଣ ଶୁଣିଲେ ଛାତ୍ରଛାତ୍ରୀ | ରାଜ୍ୟ ସରକାର ଙ୍କ ପକ୍ଷରୁ ପିଲା ମାନଙ୍କୁ ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳ ଓ କ୍ରୀଡା ର ଆବଶ୍ୟକ ଥିବା ବେଳେ ଗ୍ରାମଞ୍ଚଳ ର ପିଲା ମାନେ ବିଭିନ୍ନ ଖେଳ ଖେଳି ଉର୍ତ୍ତିର୍ଣ୍ଣ ହୋଇ ଜିଲ୍ଲା ଓ ରାଜ୍ୟ ରେ ଖେଳିବାକୁ ଯିବାର ରାଜ୍ୟ ସରକାର ପକ୍ଷରୁ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ ଚାଲୁଥିଲା | ଆଜି ଖଇରା ବ୍ଲକ କୁପାରି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା ଯୋଗ ଦେଇଥିଲେ |

ହେଲେ ଦୁଃଖ ର ବିଷୟଯେ ବର୍ଷା ଯୋଗୁଁ ପିଲା ମାନେ ପେଣ୍ଡେଲ ତଳେ ଛତା ଧରି ବସିଥିଲେ | କିଛି ପିଲା ବର୍ଷା ଭିଜିଭିଜି ଛିଡା ହୋଇଥିବାର ଦୃଶ୍ୟ ଦେଖିବା କୁ ମିଳିଥିଲା | ପିଲା ମାନେ ପାଣି କାଦୁଅରେ ପଡି ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ଏବିଷୟରେ ବ୍ଲକ ଶିକ୍ଷାଧିକାରୀ ଅବ୍ୟବସ୍ଥା କୁ ସ୍ବୀକାର କରିବା ସହିତ ବିଧାୟକ ଉକ୍ତ ଘଟଣାକୁ ଏଡାଇ ଦେଇଥିଲେ | ବିଶ୍ୱସ୍ତ ସୂତ୍ରର ଖବର ଅନୁସାରେ ସରକାରଙ୍କ ତରଫରୁ ଉକ୍ତ କାର୍ଯ୍ୟକ୍ରମ ପାଇଁ ହଜାର ହଜାର ଟଙ୍କା ଆସିଥିବା ବେଳେ ଏଭଳି ଅବାଭନୀୟ ଘଟଣା ଅନେକ ବୃଦ୍ଧିଜୀବି କୁ ମର୍ମାହତ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସରକାରଙ୍କ ପାଣିପାଗ ବିଭାଗ ସୂତ୍ରରୁ ବର୍ଷାର ସମ୍ଭାବନା ଥିବାର ପୂର୍ବରୁ ସୂଚନା ଦିଆଯାଇ ସତର୍କ ସୂଚନା ଦିଆଯାଥିଲା।ତା ସହିତ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ମଧ୍ୟ ପାଣିପାଗ ବିଭାଗ ଦେଇଥିଲା।ଏ ବାବଦରେ ସରକାରୀ କର୍ମଚାରୀ ମାନଙ୍କ ହେଡକ୍ୱ।ଟର ନଛାଡିବାକୁ ବାରଣ ମଧ୍ୟ କରାଯାଇଛି।ତଥାପି ଛୋଟ ଛୋଟ ପିଲାମାନଙ୍କୁ ନେଇ ଏଭଳି ଏକ ସରକାରୀ କାର୍ଯ୍ୟକ୍ରମ କି ଭଳି କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି।

Comments are closed.