ଆଦାନୀ-ହିଣ୍ଡେନବର୍ଗ ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି। 3 ବିଚାପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏସଆଇଟି ତଦନ୍ତ ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି ।

ସେବିର ତଦନ୍ତ ଉପଯୁକ୍ତ ଏବଂ ସେ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ସକ୍ଷମ ଏଜେନ୍ସି । ତେଣୁ ଏହାକୁ ଏସଆଇଟିକୁ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏସଆଇଟି ତଦନ୍ତ ପାଇଁ ଦାବି ହୋଇ ଆସୁଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ ଆଦାନୀଙ୍କୁ ଆଶ୍ବସ୍ତି ଦେଇଛି ।ଆଦାନୀ-ହିଣ୍ଡେନବର୍ଗ ମାମଲାରେ 22 ଟି ମାମଲା ମଧ୍ୟରୁ 20ଟିର ଯାଞ୍ଚ ଶେଷ ହୋଇଥିବା ବେଳେ 2ଟି ମାମଲା ବିଚାରଧୀନ ରହିଛି। ଅବଶିଷ୍ଟ ଦୁଇଟି ମାମଲାର ଅନୁସନ୍ଧାନ ଶେଷ କରିବା ପାଇଁ ସେବିକୁ 3 ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଶୁଣାଇ ଥିବା ରାୟରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ରୁ (ସେବି) ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ସିଟ୍‌) କିଂବା ‘ସିବିଆଇ’କୁ ନେବାର କୌଣସି କାରଣ ନାହିଁ। ଏହାଛଡ଼ା, ୨୨ଟି ମାମଲାରୁ ‘ସେବି’ ୨୦ଟିର ମାମଲାର ତଦନ୍ତ ଶେଷ କରିସାରିଲାଣି। ସଲିସିଟର୍‌ ଜେନେରାଲ୍‌ଙ୍କ ପ୍ରତିଶ୍ରୁତିକୁ ବିଚାର କରି ବାକି ୨ଟି ମାମଲାର ତଦନ୍ତ ୩ ମାସ ମଧ୍ୟରେ ‌ଶେଷ କରିବା ଲାଗି ସୁପ୍ରିମ୍‌ କୋର୍ଟ ‘ସେବି’କୁ ନିର୍ଦେଶ ଦେଇଛନ୍ତି। ଭାରତର ପ୍ରଖ୍ୟାତ କର୍ପୋରେଟ୍‌ ଆଦାନି ଗ୍ରୁପ୍‌ ‘ଷ୍ଟକ୍‌ ପ୍ରାଇସ୍‌’ ଜାଲିଆତି କରିଥିବା ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ଆଦାନି-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଆଗତ କେତେକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.