ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ; ଆସୁଛି କ୍ରିପ୍ଟୋକରେନ୍ସି ଭିଡିଓ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା । ସୂଚନା ମୁତାବକ, ସୁପ୍ରିମକୋର୍ଟଙ୍କ ୟ୍ୟୁଟ୍ୟୁବ୍ ଚ୍ୟାନେଲରେ ଆମେରିକା ଆଧାରିକ କମ୍ପାନୀର ବିଜ୍ଞାପନ ପ୍ରସାରିତ ହେବା ପରେ ଏହା ସ୍ପଷ୍ଟ ହୋଇଛି।

ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଆମେରିକାର ଆଧାରିତ କମ୍ପାନୀ ରିପଲ୍ ଲ୍ୟାବ ଦ୍ୱାରା ବିକଶିତ  କ୍ରିପ୍ଟୋକରେନ୍ସିକୁ ପ୍ରୋତ୍ସାହିତ କରୁଥିବା ଭିଡିଓ ଦେଖିବାକୁ ମିଳୁଛି।  ସେହିପରି ଚ୍ୟାନେଲରେ ଏକ ବ୍ଲାଂକ ଭିଡିଓ ପ୍ରସାରିତ କରାଯାଇଥିଲା । ଏହାର ଶୀର୍ଷକ ବ୍ରେଂଡ ଗର୍ଲିଂଗହାଉସ ରହିଛି । ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ।

ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି ।  ସୁପ୍ରିମକୋର୍ଟ ପ୍ରଧାନ ବିଚାପପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ସମ୍ପ୍ରତି ପୂର୍ଣ୍ଣ ଅଦାଲତ ବୈଠକରେ ସର୍ବସମ୍ମତି କ୍ରମେ ୨୦୧୮ରେ ସମସ୍ତ ସମ୍ବିଧାନ ବେଞ୍ଚ ଶୁଣାଣିର ଲାଇଭ୍ ଷ୍ଟ୍ରିମ୍ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ହ୍ୟାକରମାନେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଚ୍ୟାନେଲକୁ ମଧ୍ୟ ହ୍ୟାକ୍ କରି ଏଥିରେ କ୍ରିପ୍ଟୋକରେନ୍ସିର ବିଜ୍ଞାପନ ପାଇଁ ଭିଡିଓ ପ୍ରସାରଣ କରୁଛନ୍ତି।

Leave A Reply

Your email address will not be published.