ଆଜିଠୁ କମିବ ତାପମାତ୍ରା ବଢିବ ଥଣ୍ତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜିଠୁ ରାଜ୍ୟରେ ବଦଳିବ ପାଗ। କମିବ ତାପମାତ୍ରା ବଢିବ ଥଣ୍ତା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ। ଫଳରେ ସାରା ରାଜ୍ୟରେ ଶୀତ ଅନୂଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି, କେତେକ ସ୍ଥାନରେ, ୧ରୁ ୨ ଡିଗ୍ରୀ ତାପମାତ୍ରା ହ୍ରାସ ହୋଇଛି। କେତେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖାଦେଉଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭାଗ ପକ୍ଷରୁ କୁହାଯାଇଛି ।

୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଏବଂ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିଶେଷ କରି, ଏବେ ସୁନ୍ଦରଗଡ଼, କୋରାପୁଟ ଓ କନ୍ଧମାଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।

Leave A Reply

Your email address will not be published.