ଟିପ୍ପରକୁ ପିଟିଲା ପିକନିକ୍‌ ବସ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପିକନିକ୍‌ ସାରି ଖୁସି ମନରେ ଘରକୁ ଫେରୁଥିଲେ ପିଲା। ମାତ୍ର ଅଧା ବାଟରେ ଘଟିଗଲା ଦୁର୍ଘଟଣା। କଲେଜ ପିଲାଙ୍କୁ ଧରି ଯାଉଥିବା ବସ୍‌ଟି ଆଗରେ ଯାଉଥିବା ଏକ ଟିପ୍ପରକୁ ପିଟି ଦେଇଛି। ଏହି ଦୁର୍ଘଟଣାରେ ସମୁଦାୟ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଆଜି ଭୋରରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଘଟିଛି |

ବାଲେଶ୍ବର ଜିଲ୍ଲା ସୋର ବ୍ରହ୍ମୋସ୍ମି ଟିଉଟରିଆଲ ରୁ ସମ୍ବଲପୁର ପିକନିକ ପାଇଁ ଯାଇଥିଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ । ଫେରିବା ସମୟରେ ଭାଲୁକୁମା ଛକ ଠାରେ ଏକ ଟ୍ରକ୍ ପଛପଟେ ଧକ୍କା ହେଲା ବସ୍। ଦୁର୍ଘଟଣା ରେ ପ୍ରାୟ ୨୦ ଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଜଣେ ଶିକ୍ଷକ ଗୁରୁତର ରହିଛନ୍ତି। ସମସ୍ଥ ଆହତ ଙ୍କୁ ୨ଟି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ତେବେ ହଠାତ୍ ସଂପୃକ୍ତ ଟ୍ରକ୍ ଟି ବସ୍ କୁ ଓଭରଟେକ୍ କରିବାପରେ ବ୍ରେକ୍ ମାରିଦେବାରୁ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକ୍ ପଛପଟେ ଧକ୍କା କରିଥିବା କୁହାଯାଉଛିା ଖବରପାଇ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ବସ୍‌ଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୨୦ନଂ ଜାତୀୟ ରାଜପଥର ଧକୋଠା ଅତିକ୍ରମ କରୁଥିଲା। ଉକ୍ତ ସ୍ଥାନରେ ଉଠାଣି ଥିବାରୁ ବସ୍‌ଟି ସମ୍ମୁଖରେ ଥିବା ଏକ ଟିପ୍ପରକୁ ପିଟି ଦେଇଥିଲା। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁକ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଦୁର୍ଘଟଣା ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡ୍ରାଇଭରଜଣକ ବସ୍‌ରେ ଚାପି ହୋଇ ଯାଇଥିବା ବେଳେ ବସ୍‌ର ସମ୍ମୁଖ ଭାଗକୁ କଟରରେ କାଟିବା ପରେ ତାଙ୍କୁ ବାହାର କରାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର, ରୋଷେୟା, ଜଣେ ଶିକ୍ଷକଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଡ୍ରାଇଭର ଓ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.