ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଅଭିନେତ୍ରୀ କଙ୍ଗନା ରାଣାୱତର ବହୁ ପ୍ରତିକ୍ଷୀତ ଆକ୍ସନ-ପ୍ୟାକ ଫିଲ୍ମ ତେଜାସ୍ । ବାୟୁସେନା ଦିବସ ଅବସରରେ ରିଲିଜ୍ ହୋଇଛି ତେଜାସ୍ର ଟ୍ରେଲର । ଟ୍ରେଲରେ ଜବରଦସ୍ତ ଅକ୍ସନ ମୋଡରେ ନଜର ଆସିଛନ୍ତି କଙ୍ଗନା । ଏହି ଚଳଚ୍ଚିତ୍ରରେ ତାଙ୍କୁ ଜଣେ ସାହାସୀ ବାୟୁସେନା ପାଇଲଟ ଭୂମିକାରେ ଦେଖିବାକୁ ମିଳିବ । ଟ୍ରେଲରରେ ଭାରତୀୟ ସେନା, ଆତଙ୍କବାଦୀଙ୍କ ଉପରେ ହେଉଥିବା ଆକ୍ରମଣକୁ ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଛି । ଫିଲ୍ମରେ କଙ୍ଗନାଙ୍କ ନା ରହିଛି “ତେଜାସ୍ ଗିଲ୍’ ।
ଏହି ଫିଲ୍ମର କାହାଣୀ ଅନୁସାରେ, ଜଣେ ଭାରତୀୟ ଗୁଇନ୍ଦାଙ୍କୁ ପାକିସ୍ତାନ ଅଟକ ରଖିଛି । ତାଙ୍କୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିବା ମିଶନରେ କଙ୍ଗନା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି । ଟ୍ରେଲର ରିଲିଜ ହେବା ପରେ ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ଆକାଉଂଟରେ ସେୟାର କରି ଲେଖିଛନ୍ତି, ଏବେ ଆକାଶମାର୍ଗରୁ ଶତ୍ରୁ ଉପରେ ଆକ୍ରମଣ ହେବ । ଏହା ହେଉଛି ସେହି ଭାରତ ଯାହାକୁ ହଇରାଣ କଲେ ସେ ଛାଡିବ ନାହିଁ । ସର୍ବେଶ ମେୱାଡା ତେଜାସ୍ର କାହାଣୀ ଲେଖିବା ସହିତ ନିଦେ୍ର୍ଦଶନା ଦେଇଛନ୍ତି । କଙ୍ଗନାଙ୍କ ଏହି ଚଳଚ୍ଚିତ୍ରଟି ୨୦୨୩ ଅକ୍ଟୋବର ୨୭ରେ ବଡ ପରଦାରେ ରିଲିଜ ହେବ । କଙ୍ଗନାଙ୍କ ଫ୍ୟାନ୍ସମାନେ ଉକôଣ୍ଠାର ସହ ଅପେକ୍ଷା କରିଛନ୍ତି ଚଳଚ୍ଚିତ୍ରକୁ ।
ନିକଟରେ ତାଙ୍କର ଚଳଚ୍ଚିତ୍ର ଚନ୍ଦ୍ରମୁଖୀ୨ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ପସନ୍ଦ କରିଥିଲେ । ତେବେ ଏହି ଚଳଚ୍ଚିତ୍ରଟି କେତେ ଲୋକପ୍ରିୟତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।