ଇନ୍‌ସ୍‌ପେକ୍ଟର୍‌ଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ସକାଳେ ଏକ ଦୁଃଖଦ ଘଟଣା ଘାଇଯାଇଛି ।  ଦିଲ୍ଲୀର ମଦିପୁର ମେଟ୍ରୋ ଷ୍ଟେସନ୍‌ ନିକଟ ରୋହତକ୍‌ ରୋଡ୍‌ ଅନ୍ତର୍ଗତ ପଞ୍ଜାବୀବାଗ ଅଞ୍ଚଳରେ ଟ୍ରକ୍‌ ଧକ୍କାରେ ଜଣେ ପୁଲିସ ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଇନ୍‌ସ୍‌ପେକ୍ଟର୍‌ଙ୍କ କାର୍‌କୁ ଉକ୍ତ ଟ୍ରକ୍‌ ପଛ ପଟରୁ ଧକ୍କା ଦେଇଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ନିଜ କାର୍‌କୁ ରାସ୍ତାରେ ରଖି ବାହାରେ ଠିଆ ହୋଇଥିବା ବେଳେ ତାଙ୍କୁ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଇନ୍‌ସ୍‌ପେକ୍ଟର୍‌ ହେଉଛନ୍ତି ସିକ୍ୟୁରିଟି ୟୁନିଟ୍‌ରେ ନିଯୁକ୍ତି ପାଇଥିବା ଦିଲ୍ଲୀ ପୁଲିସର ଜଗବୀର ସିଂହ।

ଦିଲ୍ଲୀର ଡେପୁଟି ପୁଲିସ କମିସନର୍‌  ବିଚିତ୍ର ବୀର କହିଛନ୍ତି ଯେ, ଆଜି ପ୍ରତ୍ୟୁଷରେ ମଦିପୁର ମେଟ୍ରୋ ଷ୍ଟେସନ୍‌ ନିକଟ ରୋହତକ୍‌ ରୋଡ୍‌ରେ ଦୁର୍ଘଟଣା ଘଟିଛି। ଗୋଟାଏ ଟ୍ରକ୍‌ ଆସି ଗୋଟାଏ ସିଆଜ୍‌ କାର୍‌ ପଛରେ ଧକ୍କା ଦେଇଥିଲା।

ଯାନ୍ତ୍ରିକ ଅସୁବିଧା ଯୋଗୁଁ କାର୍‌ଟି ରାସ୍ତାରେ ଅଟକି ଥିଲା। କାର୍‌ରୁ ବାହାରି ରାସ୍ତାରେ ଠିଆ ହୋଇଥିବା କାର୍‌ ଡ୍ରାଇଭର୍‌ (ଇନ୍‌ପେକ୍ଟର୍‌) ମଧ୍ୟ ଟ୍ରକ୍‌ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଇନ୍‌ପେକ୍ଟର୍‌ ଜଗବୀର ୧୯୯୪ରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର୍‌ ଟ୍ରକ୍‌ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି।

Leave A Reply

Your email address will not be published.