ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଉମରକୋଟର କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ଟ୍ରକ୍ ମାଡ଼ି ଯିବାରୁ ମା-ବାପାଙ୍କ ଜୀବନ ଚାଲିଯାଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପୁଅ ସହ ଆଜି ଦମ୍ପତି ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ପାଣି ଢାଳି ଫେରିବା ବେଳେ ଏହି ଅଘଟଣ ଘଟିଛି। ସୂଚନା ମୁତାବକ, ଆଜି ସକାଳେ ଦମ୍ପତି ଓ ତାଙ୍କ ପୁଅ ବାଇକ୍ ଯୋଗେ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ମହାଦେବଙ୍କ ଉପରେ ପାଣି ଢାଳି ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିଲେ। ରାବଣାଗୁଡ଼ା ଛକ ନିକଟରେ ଦମ୍ପତିଙ୍କୁ ଟ୍ରକ୍ଟି ଧକ୍କା ଦେଇଥିଲା। ପରେ ଦମ୍ପତି ତଳେ ଛିଟିକି ପଡ଼ି ଯାଇଥିଲେ।
ଟ୍ରକଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହାଟଭରଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।