ସ୍କୁଟି ଉପରେ ଚଢ଼ିଲା ଟ୍ରକ, ଜଣେ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍କୁଟି ଉପରେ ଚଢ଼ିଲା ଟ୍ରକ, ଜଣେ ଗୁରୁତର | ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ସକାଳ ପ୍ରାୟ ୧୦ ଟା ସମୟରେ ଉଦଳା ପଟରୁ ଏକ OD 02BU 0428 ନମ୍ବର ବିଶିଷ୍ଟ ଟ୍ରକ ଆସି OD 33W 1280 ନମ୍ବର ଥିବା ଏକ ସ୍କୁଟି ଉପରକୁ ମାଡି ଯାଇଥିଲା।

ସୂଚନା ମୁତାବକ କୁଳିଅଣା ଥାନା ଅଞ୍ଚଳର ସ୍ତ୍ରୀ ୨୮ ବର୍ଷୀୟା ମିଶିସ୍ବପ୍ନା ସାହୁ ଓ ସ୍ବାମୀ ଶିବାଶିଷ ଗିରି ବାରିପଦା ହସ୍ପିଟାଲକୁ ଜୈନକ ବନ୍ଧୁଙ୍କୁ ଦେଖା କରିବାକୁ ଆସିଥିଲେ। ତେବେ ହସ୍ପିଟାଲ ଯିବା ପୂର୍ବରୁ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ। ପୂଜା ସାରି ଫେରୁଥିବା ସମୟରେ ଏକ ଟ୍ରକ ଭାରସ୍ୱାମ ହରାଇ ସ୍କୁଟି ଉପରକୁ ମାଡି ଯାଇଥିଲା।

ତେବେ ଏହି ଘଟଣାରେ ସ୍ବାମୀ ସ୍ଵଭଗ୍ୟ ବସତ ବର୍ତ୍ତି ଯାଇଥିବା ବେଳେ ସ୍ତ୍ରୀ ମିଶିସ୍ବପ୍ନା ଗୁରୁତର ହୋଇ ବାରିପଦାର ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ସେପଟେ ବାରିପଦା ଟାଉନ୍ ଥାନା ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.