ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଇସଲାମିକ୍ ଷ୍ଟେଟର ଜଣେ ପ୍ରମୁଖ ନେତା ଅସାମାହ ଅଲ-ମୁହାଜିରକୁ ନିପାତ କରିଛି ଆମେରିକା ସେନା । ଏନେଇ ରବିବାର ଘୋଷଣା ହୋଇଛି। ଏହା ଅନୁସାରେ ଡାଟର୍ଗେଟେଡ୍ ଷ୍ଟ୍ରାଇକରେ ପୂର୍ବ ସିରିଆ ସ୍ଥିତ ଇସଲାମିକ୍ ଷ୍ଟେଟର ମୁଖ୍ୟକୁ ମାରିବାରେ ସଫଳତା ମିଳିଛି ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଏକ ବୟାନ ଅନୁସାରେ ଏହି ଆକ୍ରମଣ ଶୁକ୍ରବାର ଏମକ୍ୟୁ-୯ ଡ୍ରୋନ ସହଯୋଗରେ କରାଯାଇଥିଲା ।ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ଘଟଣାରେ ଡ୍ରୋନଟି ରୁଷ ବିମାନକୁ ମଧ୍ୟ ସାମନା କରିଥିଲା । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ବୟାନରେ କୁହାଯାଇଛି ଯେ ଶୁକ୍ରବାର ଦିନ ପ୍ରାୟ ୨ ଘଣ୍ଟା ଯାଏ ଚାଲିଥିବା ଏହି ଏନକାଉଣ୍ଟରରେ ରୁଷର ବିମାନ, ଏମକ୍ୟୁ-୯ ସହ ମୁହାଁମୁହିଁ ହୋଇଥିଲା । ପରେ ଡ୍ରୋନଟି ନିଜ ଲକ୍ଷ୍ୟ ହାସଲ କରିଥିଲା ।
ଆମେରିକା ବାୟୁ ସେନା ଡ୍ରୋନ ଏବଂ ରୁଷ ଲଢୁଆ ବିମାନ ମଧ୍ୟରେ ହୋଇଥିବା ଏନକାଉଣ୍ଟରର ଏକ କଥିତ ଭିଡିଓ ସେୟାର କରିଥିଲା । ଘଟଣା ଉପରେ ଚିନ୍ତ ପ୍ରକାଶ କରି ଆମେରିକା ବାୟୁ ସେନା ଏକ ବୟାନ ଜାରି କରି ସିରିଆରେ ରୁଷ ବାୟୁ ସେନାର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ।
ମଧ୍ୟ ପ୍ରାଚ୍ୟରେ ବାୟୁ ସେନାର କମାଣ୍ଡର ଲେଫ୍ଚନାଣ୍ଟ ଜେନେରାଲ ଆଲେକ୍ସ ଗ୍ରିନକେଭିଚ୍ କହିଛନ୍ତି ଯେ ରୁଷ ପାଇଲଟଙ୍କ ମଧ୍ୟରୁ ଜଣେ ଜାଣିଶୁଣି ନିଜ ବିମାନକୁ ଡ୍ରୋନ ସାମନାରେ ରଖୁଥିଲେ । ସେ ଜାଣିଶୁଣି ଡ୍ରୋନର ସୁରକ୍ଷିତ ପରିଚାଳନାରେ ବାଧା ସୃଷ୍ଟି କରୁଥିଲେ ।