ବ୍ରାହ୍ମଣୀ ନଦୀରେ କୁମ୍ଭୀର ନେଇଥିବା ବିକ୍ରାନ୍ତ କୁ କଟକ ରୁ ଉଦ୍ଧାର କଲେ ଗାଁ ଯୁବକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ବ୍ରାହ୍ମଣୀ ନଦୀରେ କୁମ୍ଭୀର ନେଇଥିବା ବିକ୍ରାନ୍ତ କୁ କଟକ ରୁ ଉଦ୍ଧାର କଲେ ଗାଁ ଯୁବକ | ମୋର ଗ୍ରହ ଭଲ ନାହିଁ ମୋର ମୁଣ୍ଡ କାମ କରୁନି ମୁଁ ମୋର କର୍ମକ୍ଷେତ୍ର ଲୁଧିଆନା ରୁ ଘରକୁ ପଳାଇ ଆସିଲି | ପଣ୍ଡିତେ ମୋତେ କହିଥିଲେ ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀରେ ବୁଡ଼ ପକାଇ ଢାଳ ରେ ଢାଳେ ପାଣି ଆଣି ଓସ୍ତ ଗଛ ମୂଳରେ ଦେବାପାଇଁ,ହେଲେ ସେଦିନ କଣ ହେଲା ମୋର ମୁଁ କିଛି ଜାଣିନି ମୋର କିଛି ମନେ ପଡୁନି | ମୁଁ ଗତ ଶନିବାର ଦିନ ଭୋର ଚାରିଟାରୁ ରୁ ବ୍ରାହ୍ମଣୀ ନଦୀ କୁ ଗାଧେଇବା କୁ ଯାଇଥିଲି ହେଲେ ନଦୀ କୂଳରେ ପଂହଁଞ୍ଚିଲା ପରେ କଣ ଘଟିଲା ମୁଁ କିଛି ଜାଣିନି |

ସୂଚନା ମୁତାବକ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଣ୍ଢରା ଗାଁ ର ବିକ୍ରାନ୍ତ ମଲ୍ଲିକ ଗତ ୧୮ ତାରିଖ ଶନିବାର ଦିନ ଭୋରୁ ବିକ୍ରାନ୍ତ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ | କିନ୍ତୁ ସକାଳ ୯ ଟା ପର୍ଯ୍ୟନ୍ତ ଘରକୁ ନ ଫେରିବା ରୁ ପରିବାର ଲୋକ ନଦୀ କୂଳରେ ପହଞ୍ଚି ଖୋଜାଖୋଜି କରିଥିଲେ | ତେବେ ନଦୀ କୂଳରେ ବିକ୍ରାନ୍ତ ଙ୍କ ବାଇକ,ଚପଲ ଓ ଏକ ନୋଟା ରହିଥିବା ଦେଖିବାକୁ ପାଇଥିଲେ | କିନ୍ତୁ ବିକ୍ରାନ୍ତ ଙ୍କର କୌଣସି ଖୋଜଖବର ମିଳିନଥିଲା | ଘଟଣା ସମ୍ପର୍କରେ ଜାଣିବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ନଦୀରେ ଖୋଜାଖୋଜି କରି ବିଫଳ ହୋଇଥିଲେ | ବିକ୍ରାନ୍ତ ଙ୍କୁ କୁମ୍ଭୀର ଟାଣି ନେଇ ଯାଇଥିବା ସନ୍ଦେହ କରାଯାଉଥିଲା |  ଅନ୍ୟପକ୍ଷରେ ବିକ୍ରାନ୍ତ ଗ୍ରହ ଶାନ୍ତି ପୂଜା ପାଇଁ ଭୋରୁ ନଦୀକୁ ଗାଧୋଇ ଆସିଥିବା ପରିବାର ପକ୍ଷରୁ କୁହାଯାଇଥିଲା | ସେ ଲୁଧିଆନା ରେ ଏକ କମ୍ପାନୀ ରେ କାର୍ଯ୍ୟ କରନ୍ତି |ଗତ ୪ ଦିନ ତଳେ ସେ ଗାଁ କୁ ଫେରିଥିଲେ | ଗାଁରେ ତାଙ୍କର ଏକ ପୁଅ ଓ ସ୍ତ୍ରୀ ଅଛନ୍ତି |

ଅନ୍ୟ ପକ୍ଷରେ ବିକ୍ରାନ୍ତ ମୁଣ୍ଡ କାମ କରୁନି ସେ ସେଦିନ ନଦୀ କୁଳ ରୁ ନିଖୋଜ ର ଖବର ପ୍ରସାରିତ ହେବାପରେ କଟକ ରେ ରହୁଥିବା ଆମ ଗାଁର କିଛି ଯୁବକ ଗାଁକୁ ଖବର ଦେଇଥିଲେ ବିକ୍ରାନ୍ତ ଏବେ କଟକ ରେ ବୁଲୁଛି ତାକୁ କୁମ୍ଭୀର ନେଇଛି ବୋଲି ହାଲ୍ଲା ପଡିଛି | ତେବେ ବିକ୍ରାନ୍ତକୁ ନଜର ବନ୍ଦି କରିବା ପାଇଁ ଗାଁ ଲୋକେ କଟକ ରୁ ଖବର ଦେଇଥିବା ଯୁବକଙ୍କୁ ନିର୍ଦେଶ ଦେଇଥିଲେ | ଗାଁ ଲୋକଙ୍କ ନିର୍ଦେଶ ଅନୁସାରେ ବିକ୍ରାନ୍ତକୁ କଟକ ରେ ନଜର ବନ୍ଦି ରଖିଥିଲେ କଟକ ଅଞ୍ଚଳର ଗାଁ ଯୁବକ | ପରେ ପରେ ବିକ୍ରାନ୍ତଙ୍କ ଭାଇ ଓ ପଡୋଶୀ କଟକ ରେ ପହଁଞ୍ଚି ବିକ୍ରାନ୍ତକୁ ଗାଁକୁ ଆଣିଛନ୍ତି ଏବେ ସେ ଘରର ଚାରି କାନ୍ଥ ଭିତରେ ରହୁଛି | ତାକୁ ଦେଖିଲେ ଲାଗୁଛି ସତେ ଯେମିତି ସେ ସ୍ଥାଣୁ ପାଲଟି ଯାଇଥିବା ପରି ମନେହେଉଛି ବୋଲି କହିଛନ୍ତି ଅଣ୍ଢରା ପଞ୍ଚାୟତ ର ପୂର୍ବତନ ସରପଞ୍ଚ | ବିକ୍ରାନ୍ତ ସେଦିନ ନଦୀ କୂଳରେ ଢାଳ ଓ ନିଜ ର ପୋଷାକ ଚପଲ ରଖି ଘରୁ ଆଣିଥିବା ପୋଷାକ ଓ ଚପଲ ପିନ୍ଦି ଟର୍ଚ୍ଚ ମାରି ନଦୀ କୂଳେ କୂଳେ 3 କିଲୋମିଟର ଚାଲିଚାଲି ଚୌଦକୁଲାଟ ପୋଲ ପାଖରୁ ଗାଡି ଯୋଗେ କଟକ ଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି |

Leave A Reply

Your email address will not be published.